କଟକ : କଟକ ବଡ଼ ଡାକ୍ତରଖାନାରେ ଗୁରୁବାର ପଶିଛି ଭିଜିଲାନ୍ସ ଟିମ୍। ଲାଞ୍ଚ ନେବାବେଳେ ହେପାଟୋଲୋଜି ବିଭାଗର ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ‘ହେପାଟାଇଟିସ୍-ସି’ ଚିକିତ୍ସା ଆଳରେ ଜଣେ ଦରିଦ୍ର ରୋଗୀଙ୍କ ପୁଅଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ତାଙ୍କୁ ଧରିଛି ଭିଜିଲାନ୍ସ। ସ୍ମୃତି ରଞ୍ଜନଙ୍କ ଦୁଇଟି ବାସସ୍ଥାନରେ ଚଢାଉ ଜାରି ରହିଛି। ଏତଇସହ ଅଧିକ ତଦନ୍ତ ଚାଲିଥିବା ନେଇ ଭିଜିଲାନ୍ସ ମୁଖ୍ୟାଳୟରୁ ପ୍ରକାଶ।