ବାରିପଦା: ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ରୂପାନ୍ତର ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ୩ ଦିନିଆ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ମହୋତ୍ସବର ସଫଳତା କାମନା କରିବା ସହ ଆସନ୍ତା ବର୍ଷ ଜାନୁୟାରୀ ମାସରେ ବାରିପଦା ପୌରପାଳିକା ତରଫରୁ ଏକ ନାଟକ ମହୋତ୍ସବର ଆୟୋଜନ କରିଯିବ ବୋଲି ପ୍ରତିଶୃତି ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ବୀରେନ୍ଦ୍ର ନାଥ ସାହୁ, ଉପାଧ୍ୟକ୍ଷା ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶ୍ରା, ଅନୁଷ୍ଠାନର ପ୍ରତିଷ୍ଠାତା ପରେଶ ସାହୁ ଓ ବରିଷ୍ଠ ସଦସ୍ୟ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ I ପ୍ରଥମ ସନ୍ଧ୍ୟାରେ ପରେଶ ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଦୁର୍ଘଟଣା ମଞ୍ଚସ୍ଥ ହୋଇଥିଲା I ଜ୍ଞାନ ରଞ୍ଜନ ପଣ୍ଡା, ପ୍ରସନ୍ନ କୁମାର ମହାନ୍ତି, ସପନ କୁମାର ପଣ୍ଡା, ସତ୍ୟନାରାୟଣ ଦାସ, ଜୀତ ପଟ୍ଟନାୟକ, ଦିନେଶ ସାହୁ, ଅମ୍ବିକା ବଡ଼ପଣ୍ଡା ଓ ପଦ୍ମିନୀ ପାଢ଼ୀ ତଥା ଧର୍ମଜିତ ମହାପାତ୍ର ଓ ଦେବବ୍ରତ ଶତପଥି ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ I ସମସ୍ତଙ୍କର ଅଭିନୟ ଏତେ ନିଖୁଣ ହୋଇଥିଲାଯେ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା I ଶୁଭେନ୍ଦୁ କୁମାର ସାହୁ ବୈଦୁତିକ ଶବ୍ଦ ପରିଚାଳନା, ଗୁରୁ ନନ୍ଦ କିଶୋର ଦାସ ସଂଗୀତ ନିର୍ଦ୍ଦେଶନା ଓ ଅପୂର୍ବା ସାହୁ କଣ୍ଠଦାନ କରିଥିଲେ I