Img 20241003 Wa0234

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ

State

ବାରିପଦା : ବାରିପଦା ପୌରପରିଷଦ ଆନୁକୂଲ୍ୟରେ ସେପ୍ଟେମ୍ବର ୧୭ ତାରିଖଠାରୁ ପାଳିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି I ସ୍ଥାନୀୟ ସହିଦ ସ୍ମୃତି ଭବନ ପରିସରରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାରିପଦା ବିଧାୟକ ପ୍ରକାଶ ସୋରେନ ସ୍ୱଚ୍ଛତାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ I ବାରିପଦା ସହାରକୁ ସ୍ଵଛ ଓ ସୁସ୍ଥ ରଖିବା ପାଇଁ ସମସ୍ତଙ୍କର ସାହାଯ୍ୟ ସହଯୋଗ ଆବଶ୍ୟକ ବୋଲି ନଗରପାଳ ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ମହାପାତ୍ର ଓ ସମସ୍ତ ୱାର୍ଡର କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ସହରର ସମସ୍ତ ୱାର୍ଡରେ ସାମାଜିକ କର୍ମୀ, ଅନୁଷ୍ଠାନ, ସଙ୍ଘ, ବିଦ୍ୟାଳୟ, ୱାର୍ଡବାସୀ ମ୍ୟୁନିସିପାଲିଟି କର୍ମଚାରୀଙ୍କ ମିଳିତ ଉଦ୍ୟମରେ ସଫେଇ କାଯ୍ୟ ଅନୁଷ୍ଠିତ ହୋଇଥିଲା I ତତସହିତ ସଚେତନତା ପାଇଁ ମାରାଥନ ଦୌଡ଼ ତଥା ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା I ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଙ୍କ ହାତରେ ପୁରସ୍କୃତ କରାଯାଇଥିଲା I ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା I ସ୍ୱଛତା କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତ ସଂଗଠନ, ଅନୁଷ୍ଠାନ, ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ ସମେତ ସହରର ଏ ଏଲ ଏଫ ର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଅଭିଯାନକୁ ସର୍ବାଙ୍ଗ ସୁନ୍ଦର ଭାବେ ସମାପନ କରାଯାଇଥିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ରଣଜିତ ସାହୁ ମଞ୍ଚ ପରିଚାଳନା କରିଥିଲେ I