Chh

ଶୌଚ ବେଳେ ନଦୀରେ ଭାସିଗଲେ ଛାତ୍ରୀ, ମୃତଦେହ ଉଦ୍ଧାର

State

ଆଗରପଡ଼ା :ଶୌଚ ହେବାକୁ ଯାଇ କପାଳୀ ନଦୀରେ ଭାସିଯାଇଥିଲେ ଛାତ୍ରୀ । ଏହିଭଳି ଏକ ଦୁଖଃଦ ଘଟଣା ଘଟିଥିଲା ବନ୍ତ ବ୍ଳକ ଗଣିଜାଙ୍ଗ ପଂଚାୟତ ଅନ୍ତର୍ଗତ କନ୍ତିଆ ଗ୍ରାମର ଚଗଲା ଶତପଥୀଙ୍କ ଝିଅ ତଥା କନ୍ତିଆ ସଂସ୍କୃତ କଲେଜ ଶାସ୍ତ୍ରୀ ଶ୍ରେଣୀର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା(୨୧)ଙ୍କ କ୍ଷେତ୍ରରେ । ଗତ ମଙ୍ଗଳବାର ଦିନ ପ୍ରାୟ ୧.୩୦ ସମୟରେ ମଧୁସ୍ମିତା ନିକଟସ୍ଥ କପାଳୀ ନଦୀକୁ ଶୌଚ ପାଇଁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ନଦୀ ନିକଟରେ ତାଙ୍କର ଜୋତା ପଡ଼ିଥିବାର ଦେଖି ସେ ନଦୀରେ ଭାସି ଯାଇଥିବାର ଘର ଲୋକ ସନ୍ଦେହ କରି ଆଗରପଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ପାଇପାରିନଥିଲା । ବୁଧବାର ମଧ୍ୟାହ୍ନ ସମୟରେ ମଧୁସ୍ମିତାଙ୍କ ମୃତଦେହ ରୁପୁଡ଼ି ମୁଣ୍ଡାସାହି ନିକଟରେ ଭାସୁଥିବାର ଦେଖି ଗ୍ରାମବାସୀମାନେ ତାକୁ ଉଦ୍ଧାର କରିଥିବା ଜଣାପଡ଼ିଛି ।