Childlabour 750x430

୫ ବର୍ଷରେ ଉଦ୍ଧାର ହେଲେଣି ୨ଶହରୁ ଅଧିକ ଶିଶୁ ଶ୍ରମିକ

State

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶିଶୁ ଶ୍ରମିକ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ।

ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କ ପ୍ରଶ୍ନରେ ଉତ୍ତର ଦେଇ ଶ୍ରମ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଗତ ୫ ବର୍ଷ ଭିତରେ ୨୮୩ଟି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ସଂପୂର୍ଣ୍ଣ ବାରଣ କରାଯାଇଥିଲେ ମଧ୍ୟ ଏହାକୁ ଲୋକେ ନମାନିବାରୁ, ଏନେଇ ଶ୍ରମ ଆଇନକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ  ଜିଲ୍ଲା ଶ୍ରମ ଅଧିକାରୀ ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।