Dead Body 1721307269

ବିଲ ମଧ୍ୟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତରଗତ ଚିତ୍ରଡା-ଦାନ୍ତିଆ ମୁହାଁ ରାସ୍ତାରେ ଏକ ବିଲ ମଧ୍ୟରୁ ଦୁଇ ଯୁବକଙ୍କ ମୃତଦେହ କୁ ଆଜି ସକାଳୁ ପୋଲିସ ଉଦ୍ଧାର କରିଅଛି l ପାଣି ଭର୍ତ୍ତି ଥିବା ବିଲ ଭିତରେ ଆଜି ସଖାଳୁ ସ୍ଥାନୀୟ ଲୋକମାନେ ଏକ ବାଇକ ପଡ଼ିଥିବାର ଦେଖିବାକୁ ପାଇଥିଲେ l ପରେ ଖୋଜା ଖୋଜି କରିବାରୁ ଦୁଇ ଜଣ ଯୁବକ ବିଲ ଭିତରେ ପଡିଥିବାର ଦେଖିବାକୁ ପାଇଥିଲେ l ଲୋକମାନେ ପୋଲିସ କୁ ଖବର ଦେବାରୁ ପୋଲିସ ଆସି ଦୁଇ ଜଣ ଯୁବକ ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ଡାକ୍ତଖାନାକୁ ପଠାଇଛି l ଦୁଇଜଣ ଯୁବକ ଏକ ହିରୋହୋଣ୍ଡା ମୋଟରସାଇକେଲ ରେ ବିଳମ୍ବିତ ରାତ୍ରିରେ ଆସି ଏକ ଖୋଜୁରୀ ଗଛକୁ ବାଡେଇଥିଲେ l ଏହାପରେ ଗାଡ଼ିରୁ ଛିଟିକି ପଡି ବିଲ ଭିତିରେ ପଡିଥିଲେ l ତେବେ ପାରିପାର୍ଷିକ ଅବସ୍ଥାରୁ ଜଣାପଡୁଛି ଯେ ବିଲ ଭିତରେ ପାଣି ଥିବାରୁ ଦୀର୍ଘ ସମୟ ଧରି ପଡିରହିଥିବାରୁ ଦୁଇ ଯୁବକ ପ୍ରାଣ ହରାଇଛନ୍ତି l ପୋଲିସ ମୃତ ଯୁବକଙ୍କ ପରିଚୟ ସନ୍ଧାନ କରୁଥିବା ସହିତ ଅଧିକ ତଦନ୍ତ ଜାରି ରଖିଅଛି l