Bijay

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ

State

ଭୁବନେଶ୍ବର: ହାତ ଛାଡିଲେ ବିଜୟ ପଟ୍ଟନାୟକ । ଆଜି ସେ କଂଗ୍ରେସ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇଛନ୍ତି ।

କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜୟ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳରେ ମୋର କୌଣସି ସମ୍ମାନ ଓ ସ୍ଥାନ ନାହିଁ । ଏଣୁ ମୁଁ ଅନୁଭବ କଲି ଯେ, ଦଳପାଇଁ ମୁଁ ବ୍ୟବହାରଯୋଗ୍ୟ ନୁହେଁ ତେଣୁ ଇସ୍ତଫା ଦେଉଛି ।

ତେବେ ଏହାପରେ ମୁଁ କୌଣସି ରାଜନୈତିକ ଦଳକୁ ଯିବିନାହିଁ । ଲୋକଙ୍କ ପାଖକୁ ଯିବି ଆଉ ସେମାନଙ୍କର ସେବା କରିବି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ବିଜୟ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟଶାସନ ସଚିବ । ସେ ୨୦୨୩ ମସିହାରେ କଂଗ୍ରେସରେ ଯୋଗଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ସେ ଗଜପତି ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ିଥିଲେ । ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଥମେ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ପରେ ତାଙ୍କୁ ଏହି ଦାୟିତ୍ୱରୁ କାଢି ଦିଆଯାଇଥିଲା ।