Order Decree Judgement 1

ଡାହାଣୀ ସନ୍ଦେହରେ ହତ୍ୟା ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗ୍ରାମରେ ୨୦୨୧ ମସିହା ନଭେମ୍ବର ୧୯ ତାରିଖରେ ଘଟିଥିବା ଡାହାଣୀ ସନ୍ଦେହରେ ଏକ ବିଭତ୍ସ ହତ୍ୟାକାଣ୍ଡ ମାମଲାର ବିଚାର କରି ମାନ୍ୟବର ଅତିରିକ୍ତ ଜିଲା ଓ ଦୈାରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ଅଭିଯୁକ୍ତ ମୟୁରଭଞ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗ୍ରାମର ଲକ୍ଷ୍ଣଣ ଟୁଡୁ (୨୮) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ପଚାସ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଅଭିଯୋଗକାରୀ ରୁପାଇ ସୋରେନ ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୧୯-୧୧-୨୦୨୧ ରିଖ ଦିନ ୧୨.୩୦ ମିନିଟ ସମୟ ପାଖାପାଖି ରୁପାଇ ସୋରେନ ଙ୍କ ଆଇ ସୋମବାରୀ ହେମ୍ବ୍ରମ ଙ୍କୁ ତାଙ୍କ ସାନ ମାଉସୀ ପୁଅ ଭାଇ ଅଭିଯୁକ୍ତ ଲକ୍ଷ୍ଣଣ ଟୁଡୁ ଡାହାଣୀ ସନ୍ଦେହରେ କୁରାଢୀ ଏବଂ ଦା ସାହାଯ୍ୟରେ ହତ୍ୟା କରିଥିଲା । ଏହି ସମୟରେ ଗ୍ରାମର ସମସ୍ତ ଲୋକ ବିଲକୁ କାମ କରିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇବା ପରେ ଅସ୍ତ୍ର ଧରି ଗାଁ ଦାଣ୍ଡରେ ବୁଲିଥିଲା । ରୁପାଇ ସୋରେନ କୈାଣସି କାମରେ ବ୍ୟାଙ୍କ କୁ ଯାଇଥିଲେ । ରାସ୍ତାରେ ଏହି ଘଟଣା ଶୁଣିବା ପରେ ଆସି ଦେଖିଲେ ଆଇ ସୋମବାରୀ ହେମ୍ବ୍ରମ ମୁର୍ମୁସୁ ଅବସ୍ଥାରେ ତାଙ୍କ ଘର ସାମ୍ନାରେ ପଡିଛନ୍ତି । ଏବଂ ଅଭିଯୁକ୍ତ ଲକ୍ଷ୍ଣଣ ଟୁଡୁ ସେଠାରେ ଛିଡା ହୋଇଛି । ରୁପାଇ ସୋରେନ ଆଇ ସୋମବାରୀ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇପାରିନଥିଲେ । ପୁଣି ଅଭିଯୁକ୍ତ ସୋମବାରୀ ଙ୍କୁ ଘୋଷାଡି ଆଣି ଆଉ ଥରେ କୁରାଢୀରେ ତାଙ୍କ ବେକରେ ଚୋଟ ପକାଇଥିଲା । ଫଳରେ ଘଟନା ସ୍ଥଳରେ ସୋମବାରୀ ର ମୃତ୍ୟୁଘଟିଥିଲା । ଏ ବାବଦରେ କୁଳିଅଣା ଥାନାରେ କେସ ନମ୍ବର ୧୪୯/୨୦୨୧ ରେ ଏକ ମାମଲା ରୁଜୁ କରାଯିବା ସହ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୫ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।