Scb

କଟକ ସିଡିଏ ଅଞ୍ଚଳର ଭଡ଼ା ଘରୁ ତିନି ଜଣଙ୍କୁ ଉଦ୍ଧାର ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ବାପା-ମା’ଙ୍କ ମୃତ୍ୟୁ

State

କଟକ : କଟକ ସିଡିଏ ସେକ୍ଟର ୬ ଅଞ୍ଚଳର ଏକ ଭଡ଼ା ଘର ଭିତରୁ ତିନି ଜଣ ପରିବାର ସଦସ୍ୟ ଅଚେତ୍ ଅବସ୍ଥାରେ ଉଦ୍ଧାର ଘଟଣାରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ମାଆଙ୍କର ମୃତ୍ୟ ହୋଇଛି । ଗତକାଲି ବାପା ଉମା ଚରଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲାବେଳେ ଆଜି ମା ସରୋଜିନୀ ପଣ୍ଡାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ବାପା-ମା’ ଓ ପୁଅଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତ୍ତି କରିଥିଲା ମର୍କତ ନଗର ଥାନା ପୋଲିସ । ଗତ ଦୁଇ ତାରିଖରେ କଟକ ସିଡିଏ ସେକ୍ଟର ୬ ଅଞ୍ଚଳର ଏକ ଭଡ଼ା ଘର ଭିତରୁ ଅଚେତ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲା ପୋଲିସ । ସମସ୍ତେ ବିଷାକ୍ତ ତରଳ ପଦାର୍ଥ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଗତ ଦୁଇ ବର୍ଷ ଧରି ଭଡ଼ାରେ ରହୁଥିଲେ ଏହି ପରିବାର । ଘର ଭଡ଼ା ଟଙ୍କାକୁ ନେଇ ଚିନ୍ତାରେ ଥିଲେ ପରିବାର । ଗତ ୧ ତାରିଖରେ ଘର ଛାଡ଼ିବା ପାଇଁ ଘର ମାଲିକଙ୍କ ସହ କଥା ବାର୍ତ୍ତା ହୋଇଥିଲା । ପ୍ରତି ମାସରେ ଭଡ଼ା ଦେଇ ପାରୁ ନଥିଲେ ଉକ୍ତ ପରିବାର ।