Sansad Bhawan

ବାହାରେ ପେପର ଲିକ୍, ଭିତରେ ୱାଟର ଲିକ୍: ସଂସଦ ଭବନରୁ ପାଣି ବୋହିବା ପରେ କଟାକ୍ଷ କଲେ ସାଂସଦ

National & International

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ତାମିଲନାଡୁ ବିରୁଦ୍ଧନଗର କଂଗ୍ରେସ ସାଂସଦ ମଣିକମ୍ ଟାଗୋରଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଓ ତଳେ ପାଣିକୁ ଧରି ରଖିବାକୁ ଏକ ବାଲଟିର ବ୍ୟବସ୍ଥା କରାଯାଇଛି ।
ମଣିକମ୍ ତାଙ୍କ ଟ୍ୱିଟର(ଏକ୍ସ) ରେ ଲେଖିଛନ୍ତି କି, ବାହାରେ ପେପର ଲିକ୍, ଭିତରେ ୱାଟର ଲିକ୍ । ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ସଂସଦର ଲବି ହଲରେ ଛାତରୁ ପାଣି ଗଳୁଛି ଯାହା ସଂସଦରେ ମୌସୁମୀ ସମ୍ବନ୍ଧୀୟ ସମସ୍ୟାକୁ ଉଜାଗର କରୁଛି ।
ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହାକୁ ରି ଟ୍ୱିଟ୍ କରି ଲେଖିଛନ୍ତି କି, ନୂଆ ସଂସଦ ଭବନ ଠାରୁ ପୁରୁଣା ସଂସଦ ଭବନ ବେଶ୍ ଭଲ ଥିଲା । ଏବେ ସେହି ସମୟ ପର୍ଯ୍ୟନ୍ତ ଆମେ ପୁରୁଣା ସଂସଦ ଗୃହକୁ ଫେରିଯିବା ଉଚିତ, ଯେ ପର୍ଯ୍ୟନ୍ତ ନୂଆ ସଂସଦ ଭବନ ଛାତରୁ ପାଣି ଗଳିବା ବନ୍ଦ ନ ହୋଇଛି । ଏହାସହ ଅଖିଳେଶ ଲେଖିଛନ୍ତି କି, ବିଜେପି ଦ୍ୱାରା ନିର୍ମିତ ସମସ୍ତ କୋଠାର ଛାତରୁ ପାଣି ଗଳୁଛି । ଏହା ବିଜେପିର ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ।