Zz

ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ୍ ବିଲ ପାସ୍

National & International

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ ବିଲ (ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ (ସଂଶୋଧନ) ବିଲ୍ ୨୦୨୪) ପାସ ହୋଇଯାଇଛି । ଏହି ବିଲକୁ ସୋମବାର ଆଗତ କରାଯାଇଥିଲା ।
ଏହି ବିଲ୍ ରେ ପୂର୍ବରୁ ନିର୍ଦ୍ଧାରିତ ଅପରାଧ ପାଇଁ ଦଣ୍ଡ କୁ ଦ୍ୱିଗୁଣିତ କରାଯାଇଥିବା ବେଳେ ନୂଆ ଅପରାଧକୁ ମଧ୍ୟ ଯୋଡ଼ାଯାଇଛି ଯେଉଁଥିରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ଏଭଳି ସ୍ଥିତିରେ ୟୁପିରେ ଲଭ୍ ଜିହାଦରେ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡ ଦେବା ପାଇଁ ଏକ ସଂଶୋଧିତ ବିଲ୍ ଗୃହରେ ଆଗତ ହୋଇଥିଲା।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଯୋଗୀ ସରକାର ୨୦୨୧ରେ ହିଁ ଉତ୍ତରପ୍ରଦେଶ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ବିଲ୍ ୨୦୨୧ ଗୃହରେ ପାରିତ କରିଥିଲେ, ଯାହା ପରେ ସଂଶୋଧିତ ବିଲ୍ ୨୯ ଜୁଲାଇ ୨୦୨୪ ସୋମବାର ଆଗତ କରାଯାଇଥିଲା। ନୂଆ ସଂଶୋଧିତ ବିଲ୍ ରେ ପ୍ରଥମ ଥର ପାଇଁ ଏହି ଅପରାଧ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି।
ବେଆଇନ ଧର୍ମ ପରିବର୍ତ୍ତନ ପାଇଁ ପାଣ୍ଠି ମଧ୍ୟ ଏହି ଆଇନ ପରିସରଭୁକ୍ତ କରାଯାଇଛି। ଏଥିରେ ବିଦେଶୀ ଅନୁଷ୍ଠାନ କିମ୍ବା କୌଣସି ବେଆଇନ ସଂସ୍ଥାର ପାଣ୍ଠି ମଧ୍ୟ ଅନ୍ତର୍ଭୁକ୍ତ ।