Sura 1

ବୀର ମାଧୋ ସିଂଙ୍କ ନାମରେ ବୟାନ ପ୍ରତିବାଦ : ଘେଁସରେ ବନ୍ଦ ପାଳନ, ସୁରଙ୍କ କ୍ଷମା ପ୍ରାର୍ଥନା

State

ବରଗଡ଼ : ବୀର ମାଧୋ ସିଂଙ୍କ ପ୍ରତି ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ପ୍ରତିବାଦରେ ସୋହେଲା ବ୍ଲକ ଘେଁସରେ ବନ୍ଦ ପାଳନ। ଘେଁସ ଗାଁରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଲୋକ କବି ହଳଧର ନାଗ ଧାରଣାରେ ବସିଛନ୍ତି । ସୁରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । କିଛିଦିନ ତଳେ ରାଜ୍ୟ ସରକାର ସହୀଦ ବୀର ମାଧୋ ସିଂଙ୍କ ନାମରେ ଏକ ଯୋଜନା ପ୍ରଣୟନ କରିଥିଲେ ।

ଏହା ପରେ ବୀର ମାଧୋ ସିଂ ଆମ ରାଜ୍ୟ ନୁହେଁ ପ୍ରତିକ୍ରିୟା ରଖିଥିଲେ ସୁର ରାଉତରାୟ । ପଶ୍ଚିମ ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ଥାନାରେ ସୁରଙ୍କ ନାମରେ ଏତଲା ଦିଆଯାଇଥିଲା । ଆଜି ସହିଦ ମାଧୋ ସିଂଙ୍କ ଜନ୍ମମାଟି ଘେଁସ ଗାଁରେ ସୁରଙ୍କ ବିରୋଧରେ ଧାରଣ ଦିଆଯାଇଛି ।  ସେପଟେ ଏହି ପ୍ରସଙ୍ଗ ତେଜିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ସୁର ରାଉତରାୟ । ମୁଁ ସର୍ବଦା ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦିଏ ବୋଲି ସେ କହିଛନ୍ତି ।