Capture 36

ପ୍ୟାରିସ୍ ଅଲିମ୍ପିକ୍ସ : ମହିଳା ତୀରନ୍ଦାଜୀ କ୍ବାର୍ଟରରେ ଭାରତ

National & International sports

ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ ଦଳ ଭଲ ପ୍ରଦର୍ଶନ କରିଛି। ଭାରତ ପକ୍ଷରୁ ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ମୋଟ ୧୯୮୩ ପଏଣ୍ଟ ହାସଲ କରିଛନ୍ତି। ଏହା ସହ ଭାରତୀୟ ଦଳ ଚତୁର୍ଥ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ ସୁନିଶ୍ଚିତ କରିଛି। ବ୍ୟକ୍ତିଗତ ସ୍କୋର ବିଷୟରେ କହିବାକୁ ଗଲେ ଅଙ୍କିତା ଭଗତ ୭୨ ଟି ସଟ୍ ସହ ମୋଟ ୬୬୬ ପଏଣ୍ଟ ହାସଲ କରି ୧୧ତମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ଦୀପିକା କୁମାରୀ ଓ ଭଜନ କୌର ମଧ୍ୟ ଶ୍ରେଷ୍ଠ ୨୦ରୁ ବାଦ୍ ପଡ଼ିଛନ୍ତି।
ଭାରତୀୟ ଆଥଲେଟଙ୍କ ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖିଲେ ଅଙ୍କିତା ୧୧ତମ, ଭଜନ କୌର ୨୨ତମ ଓ ଦୀପିକା କୁମାରୀ ୨୩ତମ ସ୍ଥାନରେ ରହିଥିଲେ। ଅଙ୍କିତା ଦ୍ୱିତୀୟାର୍ଦ୍ଧର ଶେଷ ଦୁଇ ସେଟ୍ ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୧୨୦ରୁ ୧୧୨ ରନ୍ କରିଥିଲେ। ବିଶେଷ କରି ୧୮ ବର୍ଷୀୟ ଭଜନ କୌର ମୋଟ ୬୫୯ ପଏଣ୍ଟ ସ୍କୋର କରିଥିବା ବେଳେ ଶେଷ ମୁହୂର୍ତ୍ତରେ ବହୁତ ଖରାପ ପ୍ରଦର୍ଶନ କରିଥିଲେ। ଦୀପିକା ତାଙ୍କଠାରୁ ଗୋଟିଏ ପଏଣ୍ଟ ପଛରେ ରହି ୬୫୮ ପଏଣ୍ଟ ସହ ରାଙ୍କିଙ୍ଗ ରାଉଣ୍ଡ ଶେଷ କରିଥିଲେ।