Mahanadi2

ମହାନଦୀକୁ ଡେଇଁଲେ ଯୁବକ; ମିଳୁନି ପତ୍ତା

State

କଟକ : ମହାନଦୀରେ ଯୁବକ ନିଖୋଜ ସନ୍ଦେହ । ନିଖୋଜ ଯୁବକ ହେଉଛନ୍ତି କଟକ ଛତ୍ର ବଜାର ଅଞ୍ଚଳର ପ୍ରଶାନ୍ତ ରାଉତ । ଗତକାଲି ରାତିରେ କୌଣସି କାରଣବଶତଃ ସେ ଘରୁ ଆସିଥିଲେ । ଯୋବ୍ରା ଭିୟୁ ପଏଣ୍ଟକୁ ଯାଇ ନିଜ ମାଆଙ୍କୁ ଫୋନ କରି କଥା ହୋଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଯୋବ୍ରା ଭିୟୁ ପଏଣ୍ଟ ପାଖରେ ତାଙ୍କର ଚପଲ, ଟୋପି ଓ ବାଇକ ମିଳିଥିଲା । ପ୍ରଶାନ୍ତଙ୍କର ପତ୍ତା ମିଳିନଥିବା ବେଳେ ଅଗ୍ନିଶମ ବାହିନୀ ମହାନଦୀରେ ଖୋଜାଖୋଜି ଚଳାଇଛନ୍ତି । ପ୍ରଶାନ୍ତ ମହାନଦୀକୁ ଡେଇଁଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ ।