Mad

ସବୁ ଜିଲ୍ଲାରେ ଖୋଲିବ ପରିବା ମଣ୍ଡି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

State

ଭୁବନେଶ୍ୱର: ଦରଦାମ ନିୟନ୍ତ୍ରଣ ପାଇଁ କରାଯିବ ପ୍ରୟାସ। ଏଥି ସହିତ ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ପରିବା ମଣ୍ଡି ଖୋଲିବ। କୃଷକ ମଣ୍ଡିକୁ ଉତ୍ପାଦିତ ସାମଗ୍ରୀ ଆଣିବେ, ସେଇଠୁ ବିକ୍ରି ହେବ ବୋଲି କହିଛନ୍ତି ମନ୍ତ୍ରୀ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି ମଧ୍ଯ କହିଛନ୍ତି ଯେ, ମଣ୍ଡି ହେଲେ ମିଡିଲ୍ ମ୍ୟାନଙ୍କ ପ୍ରାଦୁର୍ଭାବ କମିବ। ଦର ନିୟନ୍ତ୍ରଣରେ ରହିବ। ତେବେ ଏନେଇ ଶୀଘ୍ର କୃଷି, ସମବାୟ ଓ ଖାଉଟି ବିଭାଗର ସମନ୍ୱୟ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ୧୩୭ରୁ ୨୦୦ ଲକ୍ଷ ଟନ୍ ଉତ୍ପାଦନ ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ। ‘ଅଧିକ ଆଳୁ, ପିଆଜ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।