Cop 750x430 1

ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର

Crime State

ଯାଜପୁର: ଝୁଲନ୍ତା ଅବସ୍ଥାରେ ଏସସିଓଙ୍କ ମୃତଦେହ ଉଦ୍ଧାର। ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ ଏସସିଓ (SCO) ସୁରେଶ ମଲ୍ଲିକଙ୍କ ମୃତଦେହ ଉଦ୍ଧାର ହୋଇଛି। ବରୀ ବ୍ଲକ ଦାୟିତ୍ବରେ ଥିଲେ ସୁରେଶ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଅହମ୍ମଦପୁର ଅଞ୍ଚଳରେ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ଆଜି ସକାଳେ ସୁରେଶ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ଏକ ଗଛରେ ଝୁଲୁଥିବା ୱାଚ୍ ମ୍ୟାନ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ସୁରେଶଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି। ସୁରେଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ସୁରେଶଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଖବର ଦିଆଯାଇଛି। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।