Police 1720695068

ରାଜଧାନୀରେ ୬ ମାସରେ ୩୬ କୋଟି ଲୁଟିଛନ୍ତି ସାଇବର ଠକ, ୨୧ ଜଣଙ୍କୁ ବାନ୍ଧିଛି କମିଶନରେଟ ପୁଲିସ

State

ଭୁବନେଶ୍ବର : ରାଜ୍ୟରେ ବଢ଼ି ଚାଲିଛି ସାଇବର ଅପରାଧ। ୨୦୨୪ ଜାନୁଆରୀରୁ ଜୁନ- ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି। ଏଥି ମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି। ଏସବୁ ମାମଲାରେ ମୋଟ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ।
ଘଟଣାର ତଦନ୍ତ ବେଳେ ବିଭିନ୍ନ ଆକାଉଣ୍ଟରେ ୯ କୋଟି ୫୦ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ଠକେଇର ଶିକାର ହୋଇଥିବା ଲୋକମାନେ ମୋଟ ୪୬ ଲକ୍ଷ ଟଙ୍କା ଫେରିପାଇଲେଣି। ସାଇବର ଠକେଇ ମାମଲା ମଧ୍ୟରୁ ଅଧିକାଂଶ ୟୁପିଆଇ ଠକେଇ, ସୋଶାଆଲ ମିଡ଼ିଆ ଠକେଇ, ପାର୍ସଲ ଜନିତ ଠକେଇ ଓ ସିମ୍ କେୱାଇସି ନେଇ ମେସେଜ ଦେବା ସଂପର୍କିତ ଠକେଇ ରହିଛି।
ସାଇବର ଅପରାଧର ତଦନ୍ତ କରି କମିଶନରେଟ୍ ପୁଲିସ ଏ ପର୍ଯ୍ୟନ୍ତ ୨୧ ଜଣ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ଏମାନଙ୍କ ମଧ୍ୟରେ ୫ ଜଣ ଆନ୍ତଃରାଜ୍ୟ ସାଇବର ଠକ ରହିଛନ୍ତି।