Img 20240710 Wa0248

ପୂର୍ଣ୍ଣଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ

State

ବାରିପଦା: ଚଳିତ ଜୁଲାଇ ମାସ ୯ ତାରିଖରେ ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ତଥା ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ଷଷ୍ଠ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ପ୍ରହାର ଅଖଣ୍ଡ ନାମ ସଂକୀର୍ତ୍ତନ ଯଜ୍ଞ, ସତ୍ୟନାରାୟଣ ପୂଜା ଓ ବୃ୍କ୍ଷରୋପଣ ଆଦି ପବିତ୍ର କାର୍ଯ୍ୟ ସମ୍ପାଦିତ ହୋଇଥିଲ। ନାମ ସଂକୀର୍ତ୍ତନ ମହାଯଜ୍ଞରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ, ବିଦ୍ୟାଳୟ ଉତ୍ତରୋତ୍ତରପ୍ରଗତି ପାଇଁ ଭଗବାନ ସତ୍ୟନାରାୟଣଙ୍କ ସାମୂହିକ ପୂଜା କରାଯାଇଥିଲା। ପ୍ରତ୍ୟେକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ ଏକ ସର୍ବକ୍ତୃଷ୍ଟ ଏବଂ ମହନୀୟ କାର୍ଯ୍ୟ ବୋଲି ବାର୍ତ୍ତା ପ୍ରଦାନ କରିବା ପାଇଁ ଫରେଷ୍ଟଗାର୍ଡ ଚିତ୍ତରଞ୍ଜନ ନାୟକ ଙ୍କ ଉପସ୍ଥିତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପୂର୍ଣ୍ଣଚନ୍ଦ୍ର ଗ୍ରୁପ୍ ର ସଭାପତି ଇଂ ପ୍ରଭାସ କୁମାର ଦାସ ଏବଂ ସମ୍ପାଦକ ପ୍ରଶାନ୍ତ କୁମାର ଦାସ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ଏବଂ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ ।