Image 1720327954 750x430

ଜେଲ୍ ଭିତରେ ଭୟଙ୍କର ବିସ୍ଫୋରଣ: ତଦନ୍ତ କରୁଛି ପୁଲିସ୍

National & International

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଜେଲ ଭିତରେ ଭୟଙ୍କର ବିସ୍ଫୋରଣ। ମହାରାଷ୍ଟ୍ର ଅମରାବତୀ ସେଣ୍ଟ୍ରାଲ ଜେଲରେ ଭୟଙ୍କର ବିସ୍ଫୋରଣ ହୋଇଛି।  କ୍ରିକେଟ୍‌ ବଲ୍‌ ଭିତରେ ବାରୁଦ ରଖି କେହି ଦୁର୍ବୁତ୍ତ ଜେଲ ଭିତରକୁ ଫିଙ୍ଗିଥିବା ଜଣାପଡିଛି। ଯାହାକୁ ନେଇ ଜେଲରେ ଥିବା କଏଦୀ ଏବଂ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଘଟଣା ବିଷୟରେ ଜଣାପଡିବା ପରେ ପୁଲିସ୍ କମିଶନର , ଡିସିପି ଏବଂ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। କିଏ , କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟଣାଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି।