Z

ମୋଦୀ ସରକାର ୩.0 : ଶପଥ ନେଲେ ଶାହ, ରାଜନାଥ, ଗଡକରୀ

National & International

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ତୃତୀୟ ଇନିଂସ । ଆଜି ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। । ଏହି ତାଲିକାରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ଅଛନ୍ତି । ସେହିପରି ୯ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଓ —- ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।
୧. ନରେନ୍ଦ୍ର ମୋଦୀ-ପ୍ରଧାନମନ୍ତ୍ରୀ
କ୍ୟାବିନେଟ ମନ୍ତ୍ରୀ
୨. ରାଜନାଥ ସିଂହ
୩. ଅମିତ ଶାହା
୪.ନିତିନ ଗଡ଼କରି
୫.ଜଗତ ପ୍ରକାଶ ନଡ୍ଶା
୬. ଶିବରାଜ ସିଂହ ଚୌହାନ
୭. ନିର୍ମଳା ସୀତାରମଣ
୮. ଶୁଭ୍ରମନ୍ୟମ ଜୟଶଙ୍କର
୯.ମନୋହର ଲାଲ ଖଟ୍ଟର
୧୦. ହରଡ଼ାନାହାଲି ଦେବଗୌଡ଼ା କୁମାର ସ୍ବାମୀ
୧୧. ପିୟୁଷ ବେଦପ୍ରକାଶ ଗୋୟଲ
୧୨. ଧମେନ୍ଦ୍ର ପ୍ରଧାନ
୧୩. ଜିତନ ରାମ ମାନଝି