Tutu Sahu

ଘସିପୁରାରେ ବିଜେଡି ନେତାଙ୍କ ଗାଡିରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କା

State

ଘସିପୁରା: ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ଏହାପୂର୍ବରୁ ଅନ୍ଧାରିବିଜେ ନୁହଁ ବରଂ ଦିନ ଦ୍ବିପ୍ରହରରେ ଶୁକ୍ରବାର କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭାରୁ ଜବତ ହୋଇଛି ୫ ଲକ୍ଷ ଟଙ୍କା। ଆଉ ଏହି ଟଙ୍କା ଯିଏ ନେଇ ଯାଉଥିଲେ ସେ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥକ ବୋଲି ଜଣାପଡ଼ିଛି।

ବିଜେଡି ନେତା ଜଣକ ହେଲେ ପ୍ରଦୀପ କୁମାର ସାହୁ ଓରଫ ଟୁଲୁ ସାହୁ। ସେ ହେଉଛନ୍ତି ରାମଚନ୍ଦ୍ରପୁରର ସରପଞ୍ଚ। ପଦାନା ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ଏହି ବିଜେଡି ନେତାଙ୍କୁ ନିକଟରୁ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି।.

ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଗାଡ଼ିରୁ ଦଳୀୟ ପୋଷ୍ଟର ସହ ନଗଦ ଟଙ୍କା ଜବତ କରାଯାଇଛି। ଟୁଲୁ ଘସିପୁରାର ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିବା ବେଳେ ତାଙ୍କୁ ସମର୍ଥନ ଦେବା ପାଇଁ ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରେ ନଗଦ ଟଙ୍କା ବଣ୍ଟନ କରୁଥିବା ଅଭିଯୋଗ ହୋଇଛି। ସେ ବିଜେଡିର ଜୀବନ ବନ୍ଧୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ମଧ୍ୟ ଅଛନ୍ତି। ଜବତ ପରେ ଟୁଲୁଙ୍କୁ ରାମଚନ୍ଦ୍ରପୁର ଥାନାରେ ଅଟକ ରଖାଯାଇଥିଲା କିନ୍ତୁ ପରେ ଛାଡ଼ି ଦିଆଯାଇଛି।

ଅନ୍ୟପକ୍ଷରେ ଘସିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ସମ୍ବେଦନଶୀଳ ବୁଥରେ ସୁରୁଖୁରୁରେ ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ନିବେଦନ କରିଛନ୍ତି।