ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଆଠଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାଧିକାର ସାବ୍ୟସ୍ତ କରିବେ ଭୋଟର । ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ
ଏହି ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ଦିଲ୍ଲୀର ସମସ୍ତ ୭, ଓଡ଼ିଶାର ୬, ଉତ୍ତର ପ୍ରଦେଶର ୧୪ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ଲାଗି ଭୋଟିଂ ହେବ । ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତା ଜୁନ୍ ୧ ତାରିଖରେ ହେବ ।
ଏହା ପୂର୍ବରୁ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ, ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ, ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ସରିଛି। ଆସନ୍ତା ଜୁନ୍ ୪ ତାରିଖରେ ପ୍ରକାଶ ପାଇବ ଫଳାଫଳ ।