Img 20240521 Wa0245

ଦୁର୍ଯ୍ୟୋ – ସରସ୍ବତୀ ସାଂସ୍କୃତକ ପରିଷଦ ଉଦଘାଟିତ 

State
ବାରିପଦା  : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧୭ ନଂ ୱାର୍ଡର ବଳରାମପୁର ଠାରେ ଦୁର୍ଯ୍ୟୋ – ସରସ୍ବତୀ ସାଂସ୍କୃତିକ ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି | ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ କ୍ଷୀରୋଦ କୁମାର ଶିଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ରାସ ବିହାରୀ ଶିଟ ଓ ସୁମତୀରାଣୀ ଯୋଗ ଦେଇ ଏହି କାର୍ଯ୍ୟାଳୟର ଉଦଘାଟନ କରିଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସନ୍ତୋଷ କୁମାର ମହାନ୍ତି, ବରେନ୍ଦ୍ର କୁମାର ମହାନ୍ତି, ଗଦାଧର ବେହେରା ଓ ଅନ୍ନଦା ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରକାଶ ଥାଉକି କୁନିକୁନି ପିଲା ତଥା ଆଜିର ଯୁବ ପିଢୀଙ୍କୁ ଓଡିଶାର ଲୋକକଳା ସହିତ ପରିଚିତ କରାଇବା ଏବଂ ନିଜ ମାତୃଭାଷା, ନିଜ ସଂସ୍କୃତିର ପ୍ରଚାର ପ୍ରସାର କିପରି ହୋଇପାରିବ ତାର ପ୍ରୟାସ କରିବା ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଅଟେ | ଏହି ଅବସରରେ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ଶିଟଙ୍କ ରଚିତ ୬ ଟି ନାଟ୍ୟ ପୁସ୍ତକ ଲୋକାର୍ପିତ ହୋଇସାରିଛି |