Img 20240519 Wa0231

ଭଞ୍ଜସେନା ତରଫରୁ ମୟୁରଭଞ୍ଜ ଲୋକସଭା ଓ ମୋରଡା ବିଧାନସଭା ପ୍ରାର୍ଥୀ ଙ୍କ ଉପସ୍ଥିତରେ ମିଶ୍ରଣ ପର୍ବ

State

ବାରିପଦା ଦୁଇ ବିଜେପି କାଉନସିଲର ପ୍ରାର୍ଥୀ ଙ୍କ ସହିତ ଶତାଧିକ କର୍ମୀ ଭଞ୍ଜସେନା ରେ ସାମିଲ

ବାରିପଦା – ଆଜି ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ଅଗ୍ରଣୀ ଯୁବଛାତ୍ର ସଂଗଠନ “ଭଞ୍ଜସେନା”ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଉପସ୍ଥିତି ରେ ବାରିପଦା ଶାଖା ଦ୍ୱାରା ଆଗାମୀ ସାଧାରଣ ନିର୍ବାଚନରେ ଲଢ଼ୁଥିବା ମୟୁରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ବାଜୁନ ହାଁସଦା ଓ ମୋରଡା ବିଧାନସଭାର ବିଧାୟକ ପ୍ରାର୍ଥୀ ସଂଜୀବ ରାଉତ ପ୍ରମୁଖଙ୍କୁ ନେଇ ଏକ ଜରୁରୀକାଳୀନ ନିର୍ବାଚନ ସଭା ବାରିପଦା ମଧୁବନ ପଡ଼ିଆ ଠାରେ ଆୟୋଜନ ହୋଇଯାଇଛି | ଉକ୍ତ ସଭାରେ ସଂଗଠନ ର ବାରିପଦା ସହରର ଦୁଇ ହଜାର ରୁ ଅଧିକ ଯୁବ ଛାତ୍ର ସଂଗଠକଙ୍କ ସହିତ ସାହସ୍ରାଧିକ ମହିଳା ମାନେ ସାମିଲ ହୋଇ ଆଗାମୀ ଦିନରେ ମୟୁରଭଞ୍ଜର ବିକାଶ ପାଇଁ ଅହରହ ସଂଗ୍ରାମ କରୁଥିବା ଭଞ୍ଜସେନା ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ |

ମୟୁରଭଞ୍ଜ ବିକାଶ କ୍ଷେତ୍ରରେ କେବଳ ମିଥ୍ୟା ବିକାଶର ପ୍ରତିଶୃତି ଓ ନିର୍ବାଚନୀ ଘୋଷଣା କୁ ନାପସନ୍ଦ କରି ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ର ଗତ ବାରିପଦା ମ୍ୟୁନିସିପାଲିଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୭ନଂ ୱାର୍ଡ ପ୍ରାର୍ଥୀ ଶିବ ଗୁପ୍ତା ଓ ୮ନଂ ୱାର୍ଡର ପ୍ରାର୍ଥୀନୀ ସଂଯୁକ୍ତା ଶେଜପଡା ଙ୍କ ସହିତ ଶତାଧିକ କର୍ମୀ ମାନେ ମୟୁରଭଞ୍ଜ ର ବିକାଶ ପାଇଁ ଅହରହ ସଂଗ୍ରାମ କରୁଥିବା ଭଞ୍ଜସେନା ସଂଗଠନ ରେ ସାମିଲ ହୋଇଥିଲେ |

ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଈତିଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନତାରେ ହୋଇଥିବା ଆଜିକାର କାର୍ଯ୍ୟକ୍ରମ ରେ ଶୃଙ୍କଳାଗତ କମିଟୀ ଅଧକ୍ଷ ସତ୍ୟ ସ୍ୱରୂପ ଦାଶ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିତେନ୍ଦ୍ର ହେମ୍ବ୍ରମ, ଓବିସି ଶାଖା ସଭାପତି ରାକେଶ ବେହେରା,ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ସୋସିଆଲ ମେଡ଼ିଆ ସଂଯୋଜକ ସନ୍ତୋଷ ଗିରି,ଜିଲ୍ଲା ମହିଳା ଶାଖା ସଭାନେତ୍ରୀ କନିକା ବୋଷ,ଜିଲ୍ଲା ଛାତ୍ର ଶାଖା ସଭାପତି କିଷାନ ସାହୁ,ଜିଲ୍ଲା ଉପସଭାପତି ରାକେଶ ମହାନ୍ତି,ମୁଖ ପାତ୍ର ମାନସ ବେହେରା,ଜିଲ୍ଲା ଯୁବ ଛାତ୍ର ସଂଯୋଜକ ଏସ. କେ. ରାଜାଖାନ,କପ୍ତିପଦା ଉପଖଣ୍ଡ ଶାଖା ସଭାପତି ରବିନ ମହାନ୍ତି, ବାରିପଦା ଉପଖଣ୍ଡ ସଂଯୋଜକ ପାରିତୋଷ ବାରିକ, ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତି ରଞ୍ଜନ ପୃଷ୍ଟି, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି,ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ,କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଞ୍ଜୟ ହାଁସଦା,ଚିକିଟାମାଟିଆ ସରପଞ୍ଚ ବାର୍ଷା ହେମ୍ବ୍ରମ,ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ବାସ୍କେ,ବାରିପଦା ଉପଖଣ୍ଡ ସାଧାରଣ ସମ୍ପାଦକ ମନୋରଞ୍ଜନ ବାରିକ, ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି, ବାରିପଦା ସହର ସାଧାରଣ ସମ୍ପାଦକ ଅମିତ କୁମାର,ମହିଳା ଶାଖା ସାଧାରଣ ସମ୍ପାଦିକା ସୁଭଦ୍ରା ହେମ୍ବ୍ରମ,ବାରିପଦା ମହିଳା ଶାଖା ସଭାପତି ରୁପାଲୀ ରୁପନୀତା ବେହେରା,ଯୁବ ନେତା ସନାତନ ସାହୁ, ସାଫଲ୍ୟ ମିଶ୍ର,ପଙ୍କଜ କରଣ, ମନୋଜ ପାତ୍ର, ଦିପେଶ ଅଗ୍ରୱାଲ, ପ୍ରଶାନ୍ତ ଦାସ, ଅଭିଷେକ ମହାପାତ୍ର, ମନୋଜ ସାହୁ ପ୍ରମୁଖ ସାମିଲ ହେବା ସହିତ ଆଗାମୀ ଅଳ୍ପ ଦିନ ମଧ୍ୟରେ ବିଜେପି ପାର୍ଟି ସହିତ ଅନ୍ୟ ରାଜନୀତି ଦଳ ମାନଙ୍କରୁ ବହୁ କର୍ମକର୍ତ୍ତା ମାନେ ଭଞ୍ଜସେନା ରେ ସାମିଲ ହେବେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |