Hemamalini 1715934768

ସାଲିଆସାହିରେ ବିଜେପି ପାଇଁ କ୍ୟାମ୍ପେନ କଲେ ହେମା ମାଳିନୀ

Politics State

ଭୁବନେଶ୍ବର : ଭୁବନେଶ୍ବରରେ ଡ୍ରିମ ଗାର୍ଲ । ଓଡ଼ିଶାରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଡ୍ରିମ ଗାର୍ଲ ହେମା ମାଳିନୀ । ବିଜେପି ପାଇଁ ଆରମ୍ଭ କରିଛନ୍ତି କ୍ୟାମ୍ପେନ। ପ୍ରଥମେ ଭୁବନେଶ୍ବର ସାଲିଆ ସାହିରେ ପ୍ରଚାର କରିଛନ୍ତି । ତାଙ୍କ ସହ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ଓ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ସାମିଲ ଥିଲେ । ପରେ କଟକ ସଦର ନିର୍ବାଚନମଣ୍ଡଳୀର କିଶନନଗର ଏବଂ ଅପରାହ୍ଣ ୩ଟା ୩୦ରେ ପିପିଲିରେ ରୋଡ ସୋ କରିବେ ହେମା ମାଳିନୀ । କାଲି ପାଲଲହଡ଼ା, ଦେବଗଡ଼ରେ କ୍ୟାମ୍ପେନ କରିବେ। ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ହେମା କହିଛନ୍ତି ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ ସରକାର ଦରକାର।