Rain

ଲଘୁଚାପ ବର୍ଷାରେ ଭିଜିିବ ଓଡ଼ିଶା

State

ଭୁବନେଶ୍ୱର : ଆସୁଛି ବର୍ଷା । ଲଘୁଚାପ ବର୍ଷାରେ ଭିଜିିବ ଓଡ଼ିଶା । ଆସନ୍ତା ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । କ୍ରମଶଃ ଏହା ଘନୀଭୂତ ହୋଇ ଅବପାତ କିମ୍ବା ଆହୁରି ଶକ୍ତିଶାଳୀ ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ।

ତେବେ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । କାଳବୈଶାଖୀ ବର୍ଷା ପରେ ରାଜ୍ୟରେ ପୁଣି ପାରଦ ଉପରମୁହାଁ । ଆଗାମୀ ୩ରୁ ୫ ଦିନରେ ରାଜ୍ୟର ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇପାରେ । ୧୯ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ଗ୍ରୀଷ୍ମଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିବ ।

ଗ୍ରୀଷ୍ମଲହରୀ ନେଇ ୧୯ରେ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୦ରେ ୬ଟି ଜିଲ୍ଲାକୁ .ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । କାଲି ଓ ୧୮ ତାରିଖରେ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ତୋଫାନ ନେଇ ସତର୍କ କରାଯାଇଛି । ଆସନ୍ତାକାଲି ବିଜୁଳି, ଘଡ଼ଘଡ଼ି ସହ ଝଡ଼ତୋଫାନ ନେଇ୧୧ଜିଲ୍ଲା ଓ ୧୮ରେ ବିଜୁଳି ଘଡ଼ଘଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।