Onn 3

ବାଙ୍କତିରାରେ ସିପିଆଇ ଶାଖା ସମ୍ମିଳନୀ

State

ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ବାଙ୍କତିରା ଠାରେ ସିପିଆଇ ପକ୍ଷରୁ କାଦବରାଙ୍ଗ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବନେତା ଦିଲୀପ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି ଯୋଗଦେଇ ଦଳକୁ ଆହୁରି ଅଧିକ ସୁଦୃଢ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୋନ ସମ୍ପାଦକ ରମେଶ ଜେନା, ଅରୁଣ ରାଉତ୍‌, ରବୀନ୍ଦ୍ର ଜେନା, ଗଣେଷ ନାୟକ ପ୍ରମୁଖ ଦଳୀୟ ନେତା ଯୋଗଦେଇଥିଲେ । ସର୍ବସମ୍ମତିକ୍ରମେ ପୁର୍ନବାର ନୃସିଂହ ଦାସଙ୍କୁ ପାର୍ଟି ପରିଚାଳନା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ଓ ବିଜେଡ଼ି ନେତୃତ୍ୱ ଏନଡ଼ିଏକୁ ଦଳ ତରଫରୁ ବିରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।