Ceo

କାର୍ଯ୍ୟରେ ଅବହେଳା: ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

State

ଭୁବନେଶ୍ବର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ତେବେ ଗଞ୍ଜାମ ଜିଲ୍ଲା ୨୭ ଓ ୧୬୩ ନମ୍ବର ବୁଥ୍‌ ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ସହ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଗୋପାଳପୁରର ୧୯୩ ନମ୍ବର ବୁଥ୍‌ ରଷ୍ଟେସନ ପ୍ରିଜାଇଡିଂ ଅଫିସର ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକରୀ ।

କୌଣସି ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ୍ ଦେବାକୁ ସେମାନେ ଭୋଟରଙ୍କୁ କହୁଥିବା ୱେବ୍ କାଷ୍ଟିଂ ଜରିଆରେ ଦେଖିବାକୁ ମିଳିଥିବା ଯୋଗୁଁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଶ୍ରୀ ଧଳ ।