Rahul

ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧି

Politics State

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ ।ଏହି ଅବସରରେ ପୁଣି ଥରେ  ଓଡିଶା ଆସିବେ ରାହୁଲ ଗାନ୍ଧି ।

ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ ରାହୁଲ । ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ । ଏନେଇ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ରାହୁଲ ଏପ୍ରିଲ ୨୮ରେ ସାଲେପୁର ଆସିଥିଲେ । ସେଠାରେ  ଆୟୋଜିତ ସଭାରେ ଜନସାଧାରଣକୁ ସମ୍ବୋଧନ କରିଥିଲେ  । ସାଲେପୁର ସଭାରେ ରାହୁଲ ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।