Poling Party

ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି, ୫ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ

State

ନୂଆପଡ଼ା : ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଥିବା ୭ଟି ବୁଥ ପାଇଁ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ କରାଯାଇଛି l ଆଜି ଗୋତମା ଏୟାରଷ୍ଟ୍ରିପରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିବା ପରେ ସିଆରପିଏଫ କ୍ୟାମ୍ପରେ ରାତ୍ରି ଯାପନ କରିବେ l ପରେ କାଲି ସକାଳୁ ସଂପୃକ୍ତ ବୁଥକୁ ପଠାଯିବାର ବ୍ୟବସ୍ଥା କରାଯାଇଛି l