Cm Naveen

ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ମୁଖ୍ୟମନ୍ତ୍ରୀ

Politics State

ବଙ୍ଗୋମୁଣ୍ଡା: ‘ମିଛ କହୁଛନ୍ତି ବିରୋଧୀ’, ‘କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।’ କିଛି ଏଭଳି କହି ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାଠାରେ ବିରାଟ ଜନସଭାକୁ ଉଦବୋଧନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସଭାକୁ ସମ୍ବୋଧିତ କରି ସିଧା ସିଧା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ବିରୋଧୀମାନେ ମିଛ କଥା କହୁଛନ୍ତି। ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆହୁରି ମଧ୍ୟ ସେ ଜନସଭାକୁ ଅନେକ ପ୍ରଶ୍ନ କରି ସମ୍ବୋଧିତ କରିଛନ୍ତି । ସେ ପଚାରିଛନ୍ତି, ମୁଁ ଆପଣଙ୍କ କଣ୍ଟାବାଞ୍ଜିର ବିଧାୟକ ପ୍ରାର୍ଥୀ, ଆପଣମାନେ ଖୁସି ତ? ମୁଖ୍ୟମନ୍ତ୍ରୀ ବିଏସ୍‌କଓ୍ବୋଇ ଯୋଜନା, ମମତା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଯୋଜନା, ମଧୁବାବୁ ପେନ୍‌ସନ୍‌ ଯୋଜନା, ଲକ୍ଷ୍ମୀ ବସ୍‌ ଯୋଜନା , ମିଶନ ଶକ୍ତି, ମୋ’ କଲେଜ ଯୋଜନା, କାଳିଆ ଯୋଜନା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଲ କି ନାହିଁ ବୋଲି ପଚାରିଥିଲେ। ଆହୁରି ମଧ୍ୟ କହିଥିଲେ ନବୀନ ପଟ୍ଟନାୟକ ଭଲ କି? ଉପସ୍ଥିତ ଜନତା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ସମର୍ଥନ ଜଣାଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ। ବିଜେଡିକୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେଇ ବିପୁଳ ମାତ୍ରାରେ ଜିତାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ।