Ganjam 1

ବଜ୍ରପାତରେ ୨୨ଟି ଛେଳି ମୃତ

State

ଗଞ୍ଜାମ : ଆଜି ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇଛି । କାଳବୈଶାଖୀର ପ୍ରଭାବରେ ବାରମ୍ବାର ଘଡ଼ଘଡ଼ି ସହ ଘନଘନ ବିଜୁଳି ମାରିଥିଲା । ଏହି ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିଥିଲା । ବଜ୍ରପାତରେ ୨୨ ଗୋଟି ଛେଳି ମୃତ୍ୟୁ ବରଣ କରିଛନ୍ତି । ସୋରଡା ନିକଟ ରତ୍ନପୁର ଗ୍ରାମର କିଛି ଛେଳି ଚାଷୀ ଛେଳି ଚରାଇବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ବର୍ଷାରେ ଛେଳି ମାନେ ଏକ ଗଛ ମୂଳରେ ରହିଥିବା ସମୟରେ ବଜ୍ରପାତ ହୋଇଥିଲା । ଏତେ ଗୁଡ଼େ ଛେଳିଙ୍କ ଜୀବନ ଯିବା ପରେ ଚାଷୀ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।