Khar

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଖାରବେଳ ସ୍ୱାଇଁ

Politics State

ଭୁବନେଶ୍ୱର: ବାଲେଶ୍ୱର ଲୋକସଭା ଆସନରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । ଏନେଇ ଆଜି ଘୋଷଣା କରିଛନ୍ତି ଖାରବେଳ । ଚଳିତ ନିର୍ବାଚନରେ ସେ ବାଲେଶ୍ବର ଆସନରୁ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ହେଲେ ଦଳ ତାଙ୍କ ବଦଳରେ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଖାରାବେଳ ।

ଆଉ ଏବେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ୱର ଲୋକସଭା ଆସନରୁ ଏକାକୀ ଲଢିବେ ବୋଲି ଘୋଷଣା କରିଛନ୍ତି ।

୨୦୧୯ ନିର୍ବାଚନରେ ବିଜେପିରୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଖାରବେଳ । କିନ୍ତୁ ତାଙ୍କ ବିପକ୍ଷରେ ଉକ୍ତ ଆସନରେ ବିଜେଡିରୁ ଅଚ୍ୟୁତ ସାମନ୍ତ ନିର୍ବାଚନ ଲଢିଥିଲେ । ଆଉ ୭୦ ହଜାରରୁ ଅଧିକ ଭୋଟରେ ହାରିଥିଲେ ଖାରବେଳ ।

ତେବେ ଚଳିତବର୍ଷ ସେ ବାଲେଶ୍ୱର ଲୋକସଭା ଆସନରୁ ଟିକେଟ ଚାହୁଁଥିଲେ । ହେଲେ ଦଳ ନିରାଶ କରିବାରୁ ସେ ସ୍ବାଧୀନ ଭାବେ ଲଢିବାକୁ ଘୋଷଣା କରିଛନ୍ତି ।