Naveen Patnaik 770x435

ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ

Politics State

ଆସନ୍ତା ୯ ତାରିଖରେ କନ୍ଧମାଳ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଫୁଲବାଣୀ ଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଘୁ,ଉଦୟଗିରି ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ,ଫୁଲବାଣୀ ବିଧାୟିକା ପ୍ରାର୍ଥୀ ଜୟଶ୍ରୀ କଂହର ,ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ କିଶୋର ଛୋଟରାୟଙ୍କ ସମେତ ବିଜେଡି ଯୁବ,ଛାତ୍ର ଓ ମହିଳା ସଭାପତି, ବରିଷ୍ଠ ବିଜେଡି ନେତା ଓ ଛାମୁଆ କର୍ମୀ ଉପସ୍ଥିତ ଥିଲେ। ଚଳିତ ନିର୍ବାଚନରେ ବିଜେଡି ବିପୁଳ ପରିମାଣର ଭୋଟରେ ବିଜୟ ଲାଭ କରିବ ବୋଲି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ କହିଛନ୍ତି ।