Vlcsnap 2024 04 30 16h20m25s68 1024x576

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

Politics State

ଚିକିଟି : ଚିକିଟିରେ ପୁଣି ଥରେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ପ୍ରଦୀପଙ୍କ ନାଁ ନନେଇ ପାଣ୍ଡିଆନ ଚିକିଟିବାସୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଜେଲ ଯାଇ ବେଲରେ ଆସିଥିବା ନେତାଙ୍କୁ ସଂସଦକୁ ନୁହେଁ, ଜେଲକୁ ପଠାଇବାର ଅଛି। ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କୁ ଠକିଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ଜେଲ ପଠାଇଥିଲେ। ଚିକିଟିବାସୀ ଏଭଳି ନେତାଙ୍କୁ ଚିହ୍ନନ୍ତୁ ଏବଂ ଭୋଟ ଦେବା ସମୟରେ ଭାବିକି ଭୋଟ ଦିଅନ୍ତୁ। ଜେଲ ଯାଇଥିବା ନେତାଙ୍କୁ ନୁହେଁ, ଭଲ ଲୋକଙ୍କୁ ଭୋଟ ଦେଇ ସଂସଦକୁ ପଠାଇବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏଥିସହ ସେ ବ୍ରହ୍ମପୁର ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଚିକିଟିରୁ ୫୦ ହଜାର ଲିଡ ଦେବାକୁ ଅପିଲ କରିବା ସହ ଚିକିଟି ବିଧାୟକ ପ୍ରାର୍ଥୀ ଶ୍ରୀରୂପ ଦେବଙ୍କୁ ରେକର୍ଡ ମାର୍ଜିନରେ ଜିତାଇବାକୁ ଅପିଲ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସବୁ ବେଳେ ବିକାଶକୁ ଗୁରୁତ୍ବ ଦିଅନ୍ତି ଆଉ ଲୋକଙ୍କ ସବୁ ସମସ୍ୟାର ସମାଧାନ ପାଇଁ ଦିନରାତି କାମ କରନ୍ତି। ଏବେ ସମୟ ଆସିଛି ତାଙ୍କୁ ସମ୍ମାନ ଦେଇ ବଡ ଭୋଟ ବ୍ୟବଧାନରେ ଜିତାଇବା। ବିରୋଧୀ ଦଳ କେବଳ ଭାଷଣ ଦିଅନ୍ତି, କାମ କରନ୍ତି ନାହିଁ । ଡବଲ ଇଂଜିନ ସରକାର ଗରିବ ଲୋକଙ୍କୁ ୩୦୦ ଟଙ୍କା ଭତ୍ତା ଦେଉଥିବା ବେଳେ ନବୀନ ଇଂଜିନ ମଧୁବାବୁ ପେନସନ ଯୋଜନାରେ ହଜାରେ ଟାଙ୍କ ଭତ୍ତା ଦେଉଛନ୍ତି। ଚିକିଟିର ଦୁଇ ଜଣ ମହିଳାଙ୍କ ଉଦାହାରଣ ଦେଇ କାର୍ତ୍ତିକ ପାଣ୍ଡିଆନ ବିଏସକେୱାଇ ଯୋଜନାରେ କିଭଳି ଗରିବ ପରିବାର ଉପକୃତ ହେଉଛନ୍ତି ତାହା ଦର୍ଶାଇଛନ୍ତି । ଚିକିଟି ନିର୍ବାଚନମଣ୍ଡଳୀର ୬୦ ହଜାର ପରିବାର ବିଏସକେୱାଇ ଯୋଜନାରେ ସାମିଲ ହୋଇଛନ୍ତି ।

କିଛି ବିକାଶ କାର୍ଯ୍ୟର ହିସାବ ଦେବାକୁ ଯାଇ ସେ କହିଥିଲେ ଯେ, ଭୈରବୀ ଚଞ୍ଚଦା ମନ୍ଦିରର ରୂପାନ୍ତରଣ ପାଇଁ କୋଟିଏ ୯୫ ଲକ୍ଷ, ବାଳକୁମାରୀ ମନ୍ଦିରର ଉନ୍ନତିକରଣ ପାଇଁ କୋଟିଏ ୯୦ ଲକ୍ଷ ଟଙ୍କା, ରାମେୟାପାଟଣାରେ ଗାର୍ଡ ୱାଲ ନିର୍ମାଣ ପାଇଁ ୨୩ କୋଟି ଟଙ୍କା ଏବଂ ଘରେ ଘରେ ପାଇପ ପାଣି ପହଁଚାଇବାକୁ ୪୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମନ୍ତ୍ରୀ ତଥା ଚିକିଟି ରାଣୀ ଉଷାଦେବୀ କାର୍ତ୍ତିକ ପାଣ୍ଡିଆନଙ୍କୁ ନିଜର ବଡ ପୁଅ ବୋଲି ସମ୍ବୋଧନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ।