Vot

ଶେଷ ହେଲା ୨ୟ ପର୍ଯ୍ୟାୟ ଭୋଟଗ୍ରହଣ, ଅପରାହ୍ଣ ୫ଟା ସୁଦ୍ଧା ୬୧% ମତଦାନ

National & International

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୨ୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି । ତେବେ କେତେକ ବୁଥରେ ଲୋକେ ଏବେ ବି ଧାଡ଼ିରେ ଛିଡ଼ା ହୋଇଥିବାରୁ ସେଠାରେ ଭୋଟଗ୍ରହଣ ଜାରି ରହିଛି । ଫଳରେ ଚୂଡ଼ାନ୍ତ ଭୋଟ ପ୍ରତିଶତରେ ପରିବର୍ତ୍ତନ ହୋଇପାରେ ।

ଅପରାହ୍ଣ ୫ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୭୬.୨ ପ୍ରତିଶତ ମତଦାନ ହୋଇଛି। ଏହା ତଳକୁ ମଣିପୁର ୭୬.୧ ପ୍ରତିଶତ ଭୋଟ ହୋଇଛି ।  ଛତିଶଗଡ଼ରେ ୭୨.୧ ପ୍ରତିଶତ ମତଦାନ ହୋଇଛି। ସେହିପରି ଅପରାହ୍ନ ୫ଟା ସୁଦ୍ଧା ପଶ୍ଚିମବଙ୍ଗ ଓ ଆସାମରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ହେଉଛି।

କିନ୍ତୁ ଅପରାହ୍ନ ୫ଟା ସୁଦ୍ଧା ଉତ୍ତରପ୍ରଦେଶରେ ୫୨.୬୪ ପ୍ରତିଶତ ଭୋଟ ହୋଇଥିବାବେଳେ  ରାଜସ୍ଥାନରେ ୫୯ ପ୍ରତିଶତ, ମଣିପୁର ଓ ମହାରାଷ୍ଟ୍ରରେ ୫୩.୫୧ ପ୍ରତିଶତ, ବିହାରରେ ୫୩ ପ୍ରତିଶତ ମତଦାନ ହୋଇଛି । ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ନୋଏଡାରେ ମାତ୍ର ୪୫.୬୦ ପ୍ରତିଶତ ମତଦାନ ହୋଇଛି।

ପ୍ରଥମ ପର୍ଯ୍ୟାୟ ପରି ଏହି ପର୍ଯ୍ୟାୟରେ ବି ମତଦାନ କମିବା କେବଳ ନିର୍ବାଚନ କମିସନ ନୁହନ୍ତି, ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଛି । ପ୍ରଥମ ପର୍ଯ୍ୟାୟରେ ୬୪ ପ୍ରତିଶତ ମତଦାନ ହୋଇଥିଲା । ପୁଣି ହିନ୍ଦୀଭାଷୀ ଅଂଚଳରେ ଭୋଟ ପ୍ରତିଶତ କମିବା ବିଜେପିକୁ ଚିନ୍ତାରେ ପକାଇବ ।