Img 20240425 Wa0168

ଆଶା ଭରସା ପାର୍ଟି” ତରଫରୁ ସାମ୍ବାଦିକ ସମ୍ମିଳନୀ

State

ବାରିପଦା: ୨୦୨୪ ସାଧାରଣ ନିର୍ବାଚନ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି ।ବଡ଼ ରାଜନୈତିକ ଦଳଙ୍କ ଉପରେ ଭରସା ଓ ମିଥ୍ୟା ପ୍ରତିଶୃତି ଉପରେ ଅତିଷ୍ଠ ହୋଇ ନୂତନ ନୂତନ ସ୍ଵାଧୀନ ଦଳ ଉଭା ହେଲେଣି ।ବିଶେଷତଃ ନିଜ ଅଂଚଳର ମୁଖ୍ୟ ସମସ୍ୟାକୁ ନେଇ ନୂତନ ଦଳ ମୁଣ୍ଡ ଟେକିଲେଣି । ମୟୂରଭଞ୍ଜ ଜିଲ୍ଲାର ଏକ ନୂତନ ଦଳ ” ଆଶା ଓ ଭରସା ” ପାର୍ଟି ଜିଲ୍ଲାରେ ମୁଣ୍ଡ ଟେକିଛି । ସ୍ଵାଧୀନତା ର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ପ୍ରଗତିଠାରୁ ଦୂରରେ! ସାଧାରଣ ଲୋକ ଏଯାଏଁ ଅର୍ଥନୈତିକ ସ୍ଵାଧୀନତା, ସ୍ବାସ୍ଥ୍ୟ,ଗମନାଗମନ, ଶିକ୍ଷା, ନିଯୁକ୍ତି,ଶିଳ୍ପାୟନ,ପିଇବା ପାଣି ସବୁଥିରେ ପଛୁଆ ।ରାଜନୈତିକ ଦଳ ଲୋକଙ୍କ ସ୍ୱାର୍ଥ କୁ ଗୁରୁତ୍ଵ ନ ଦେଇ ପୋଷା ଶୁଆ ଭଳି କାମ ଭଳି କରୁଛନ୍ତି । ତେଣୁ କିଛି ଶିକ୍ଷିତ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ସମାଜସେବୀ, ଅଭିଜ୍ଞ ସେବା ନିବୃତ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଉଚ୍ଚ ପଦସ୍ଥ ସେବା ନିବୃତ ଅଧିକାରୀ,ଉଚ୍ଚ ଶିକ୍ଷିତା ମହିଳା ଓ ଯୁଵଵର୍ଗ ର ଲୋକେ ସମାନ ଏକ ଉଚ୍ଚ ନୂତନ ବିକାଶର ଚିନ୍ତା ଧରି ଏକ ପଂଜିକୃତ ରାଜନୈତିକ ଦଳ ‘ ଆଶା ଓ ଭରସା’ ପାର୍ଟି ଗଠନ କରିଛନ୍ତି ।ସେହି ଆଶା ଭରସା ପାର୍ଟିର କର୍ମକର୍ତ୍ତା ବୃନ୍ଦ ବୁଧବାର ଦିନ ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆହୂତ କରିଥିଲେ । ଏଥିରେ ପାର୍ଟିର ଉପଦେଷ୍ଟା ବରିଷ୍ଠ ସେବା ନିବୃତ ଆଇଏଏସ ଅଧିକାରୀ ଧନଞ୍ଜୟ ହେମ୍ବ୍ରମ ସଭାପତିତ୍ବ କରିବା ସହ ମୟୂରଭଞ୍ଜ ଜିଲ୍ଲାରେ ବିକଳ୍ପ ରାଜନୈତିକ ଦଳ ଆଶା ଭରସା ପାର୍ଟି ଗଠନର ଉଦେଶ୍ୟ ଉପରେ ସାମ୍ବାଦିକ ମାନଙ୍କୁ ପ୍ରାଞ୍ଜଳ ଭାବରେ ଅବଗତ କରାଇଥିଲେ ।ତଦସହ ଆଗାମୀ ସାଧାରଣ ନିର୍ବାଚନରେ ଆଶାୟୀ ସାଂସଦ ପ୍ରାର୍ଥୀ ଭାବେ ସେବା ନିବୃତ କାନାଡା ବ୍ୟାଙ୍କର ବରିଷ୍ଠ ଅଧିକାରୀ କାହ୍ନୁ ଚରଣ ଟୁଡୁ, ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ସୋରେନ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଇଂ ସାପକୁ ମାଝୀ, ବାଙ୍ଗିରିପୋଷି ବିଧାୟକ ପ୍ରାର୍ଥୀ ସୁରେନ୍ଦ୍ର ନାଥ ହାଁସଦା,ଉଦଳା ରେ ମିନାକ୍ଷୀ ମୁର୍ମୁ,ସାରକଣା ବିଧାୟକ ପ୍ରାର୍ଥୀ ଭାବେ ଶେଖର ଚନ୍ଦ୍ର ମାହାଲି ଓ ବାରିପଦା ପାଇଁ ରଞ୍ଜିତା ହେମ୍ବ୍ରମ ଙ୍କ ନାମ ଘୋଷଣା କରାଯାଇଛି ।

ଏହି ଦଳ ମୟୂରଭଞ୍ଜ ର ବିକାଶକୁ ସର୍ବାଧିକ ଗୁରୁତ୍ବ ଦେବ । ଜିଲ୍ଲାରେ କୃଷି,ଶିକ୍ଷା,ଶିଳ୍ପ,ପାନୀୟ ଜଳ,ବିଦ୍ୟୁତ ,ଖାଦ୍ୟ ସୁରକ୍ଷା, ଜମିକୁ ଜଳ,କୃଷକକୁ ସଶକ୍ତକରଣ,ମହିଳା ସଶକ୍ତିକରଣ,ଵେକାର‌ଯୁଵକଙ୍କ ହାତକୁ କାମ, ରେଳ ବିକାଶ ଉପରେ ଗୁରୁତ୍ବ ଦେବ ! ମୟୂରଭଞ୍ଜରେ ସମସ୍ତଙ୍କର ଆଶା ଭରସା ହୋଇ ରହିବ ।ଏହି ଦଳ ଏକ ଦଳୀୟ ଇସ୍ତାହାର କୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ । ଏହି ଦଳ କ୍ଷମତାରେ ଥାଆନ୍ତୁ ଅବା ନ ଥାଆନ୍ତୁ ଜନତାଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ ସମାଧାନ ପାଇଁ ଆଗକୁ ସହଯୋଗ ହାତ ବଢାଇବ ଓ ଲୋକଙ୍କ ହକ ପାଇଁ ଲଢାଇ କରିବ ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ଉପରେ ଵର୍ଷିଥିଲେ ନେତୃବୃନ୍ଦ ।ମୋଦୀ ସରକାର ଦେଶରେ ସନ୍ନାଟା ହୋଇଛି ।ମୋଦି ସରକାରଙ୍କ ସମ୍ବିଧାନ ମାରଣନୀତି,ଵିଚାରାଳୟ ଉପରେ ଅଯଥା ହସ୍ତକ୍ଷେପ,,କୃଷକ ମାରଣ ନୀତି, ଆଦିବାସୀ ମାରଣ ନୀତି, ବ୍ୟାଙ୍କ ଘରୋଇକରଣ,ବନ୍ଦର,ଉଡ୍ଡାନ ଓ ରେଳ ଘରୋଇକରଣ, ଶିକ୍ଷା ମାରଣନୀତି,ନବରତ୍ନ ଶିଳ୍ପ ଘରୋଇକରଣ ,ବଡ଼ ବଡ଼ ଆରବ ପତିଙ୍କୁ କୋଟି କୋଟି ଟଙ୍କା ଋଣ କରେ ମାଫ,ଅମ୍ବାନୀ ଓ ଆଦାନୀକୁ ଅହେତୁକ ଅନୁକମ୍ପା,ନୋଟ ବନ୍ଦୀ,କରୋନା ବନ୍ଦୀ,କଳାଟଙ୍କା ବନ୍ଦୀ ,ଇଲେକ୍ଟୋରାଲ ବଣ୍ଡ ଦୁର୍ନିତୀ,ବିଜେପି ରେ ମିଶୁଥିବା ନ ଅଣ ବିଜେପି ରାଜନୈତିକ ମୁଖିଆଙ୍କୁ ବିଭିନ୍ନ ଆଳରେ ଜେଲ ବନ୍ଦୀ ଇତ୍ୟାଦି ଉପରେ ବର୍ଷିଥିଲେ । ସେହିଭଳି ବିଜେଡି ସରକାର ଚିଟଫଣ୍ଡ କମ୍ପାନୀକୁ ଅହେତୁକ ଅନୁକମ୍ପା, ଆଦିବାସୀ ଜମି ବିକ୍ରି ପା ଇଁ ମସୁଧା,ବିଜେପି ଓ ବିଜେଡ଼ିର ମଧୁ ଚନ୍ଦ୍ରିକା,୫ ଟି ରୂପାନ୍ତିକରଣରେ ମହା ଦୁର୍ନୀତି,ବାହାର ରାଜ୍ୟର ଠିକାଦାରଙ୍କୁ ଅନୁକମ୍ପା, ଶିକ୍ଷା , ସ୍ବାସ୍ଥ୍ୟ ବିପର୍ଯ୍ୟସ୍ତ , କୃଷକଙ୍କ ହାତ ଖାଲି,୩୫ ଭାଗ ଜମିକୁ ଆଜିଯାଏଁ ଜଳ ସେଚନ ନ ହେବା, ଶିଳ୍ପାୟନ ନ ହେବା ଇତ୍ୟାଦି ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଵର୍ଷିଥିଲେ । ଆଦିବାସୀଙ୍କ ବିକାଶ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦେବୀ ପ୍ରସନ୍ନ ବେଶ୍ରା, ସୁରେନ୍ଦ୍ର ହାଁସଦା ଙ୍କ ସମେତ ଆଶା ଭରସା ପାର୍ଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ ।