Img 20240416 Wa0002

ଟିପିଏନଓଡିଏଲ ଆନୁକୁଲ୍ୟରେ ଜାମୁଦା ବିଦ୍ୟୁତ ସେକ୍ସନ ଅଫିସରେ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା

State

ବାରିପଦା: ମଣିଷ ଜୀବନ ଦୁର୍ଲଭ ।ଘରର ରୋଜଗାରିଆ ବ୍ୟକ୍ତିଙ୍କ କାନ୍ଧରେ ଥାଏ ପରିବାରର ବୋଝ ।ଅକାଳରେ ରୋଜଗାରିଆ ବ୍ୟକ୍ତିର କିଛି ଅଘଟଣ ଘଟିଲେ ସମଗ୍ର ପରିବାରର ଆର୍ଥିକ ବ୍ୟବସ୍ଥା ଭୁଷୁଡି ଯାଇଥାଏ । ଏହାର ଜ୍ଵଳନ୍ତ ଉଦାହରଣ କରୋନା ସମୟରେ ଯେଉଁ ପରିବାରର ରୋଜଗାରିଆ ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ହୋଇଛି ସେ ପରିବାର ନଷ୍ଟ ହୋଇଯାଇଛି । ବିଦ୍ୟୁତ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସୁରକ୍ଷା ନେଇ ବିଶ୍ବର ଅଗ୍ରଣୀ ଘରୋଇ କମ୍ପାନୀଟାଟା ପାଓ୍ବାର ବହୁ ଯତ୍ନଶୀଳ । ଏଥିପାଇଁ ଟିପିଏନଓଡିଏଲ ତରଫରୁ ସବୁବେଳେ କର୍ମଚାରୀଙ୍କ ସୁରକ୍ଷା କୁ ଗୁରୁତ୍ଵ ଦେବା ସହ କର୍ମଶାଳା ମାଧ୍ୟମରେ ସଚେତନ କରାଇଥାଏ । ମୟୂରଭଞ୍ଜ ଜିଲ୍ଲାର ଯାମଦା ବିଦ୍ୟୁତ ସେକ୍ସନ ର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଲାଇନମେନ ଓ କର୍ମଚାରୀଙ୍କ ପାଇଁ ସହକାରୀ ବିଦ୍ଯୁତ ଯନ୍ତ୍ରୀ ଇଂ ଚିରଞ୍ଜିବୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସୁରକ୍ଷା ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁରକ୍ଷା ବିଶେଷଜ୍ଞ ଅଧିକାରୀ , ବିଦ୍ୟୁତ କନିଷ୍ଠ ଯନ୍ତ୍ରୀ,ଅନ୍ୟ କର୍ମଚାରୀ,ଲାଇନମେନ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ସମ୍ବନ୍ଧୀୟ ସଂକଳ୍ପ ପାଠ କରିଥିଲେ ।ପରେ ବିଭାଗୀୟ ଅଧିକାରୀମାନେ କର୍ମଚାରୀମାନଙ୍କୁ କାର୍ଯ୍ୟ କରୁଥିବାବେଳେ ସମସ୍ତ ସୁରକ୍ଷା ବେଶ ଜୋତା ଆବଶ୍ୟକୀୟ ସାମଗ୍ରୀ ବ୍ୟବହାର କରିବା ସହ ଧୀରେ ସୁସ୍ଥେ ଭାବିଚିନ୍ତି କାମ କରିବା ପାଇଁ କହିଥିଲେ । ତରବର ନ ହୋଇ ସଠିକ୍ ଚିନ୍ତାକରି ତଥା ନିଜର ସୁରକ୍ଷା କୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବ ବୋଲି ପରାମର୍ଶ ଦେଇଥିଲେ ।ନିଜେ ସୁରକ୍ଷା ରହିବା ସହିତ ସହକର୍ମୀ ମାନଙ୍କୁ ସୁରକ୍ଷା ସଚେତନତା ଦେବା ପାଇଁ ପରାମର୍ଶ ଦେଇଥିଲେ ।