Xd

ଆମ୍ବେଦକର ଜୟନ୍ତୀ: ଆପ୍ ପାଳନ କଲା ‘ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ’ ଦିବସ

State

ଭୁବନେଶ୍ୱର: ଆଜି ହେଉଛି ସମ୍ବିଧାନ ପ୍ରଣେତା ଡ.ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆମ୍ ଆଦ୍‌ମୀ ପାର୍ଟି ସାରାଦେଶରେ ପାଳନ କରୁଛି ‘ସମ୍ବିଧାନ ବଞ୍ଚାଅ ଓ ତାନାଶାହୀ ହଟାଅ’ ଦିବସ। ଏହି ପରିପ୍ରେକ୍ଷିରେ ଆମ୍ ଆଦ୍‌ମୀ ପାର୍ଟି, ଓଡ଼ିଶା ଭୁବନେଶ୍ଵର ସ୍ଥିତ ଲୋୟେର ପି.ଏମ.ଜି ଠାରେ ‘ସମ୍ବିଧାନ ବଞ୍ଚାଅ, ତାନାଶାହୀ ହଟାଅ’ ଦିବସ ପାଳନ କରିଛି ।

ଡ.ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସାମ୍ପ୍ରତିକ ପରିସ୍ଥିତି ରେ ଦେଶରେ ମୋଦି ସରକାର ଯେଉଁଭଳି ଭାବରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି ଏବଂ ଗଣତନ୍ତ୍ର କୁ ପ୍ରତ୍ୟେକ ଦିନ ହତ୍ୟା କରୁଛନ୍ତି ସେ ବିଷୟ ରେ ସେ ସମସ୍ତ କର୍ମୀ ମାନଙ୍କୁ  ଅବଗତ କରାଇଥିଲେ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର । ଆଜି ଦେଶରେ ସମସ୍ତ ନିରପେକ୍ଷ ସାମ୍ବିଧାନିକ ସଂସ୍ଥାକୁ ମୋଦି ସରକାର  ଦୁର୍ବଳ କରିବାକୁ ଲାଗିଛନ୍ତି ବୋଲି କହିଛନ୍ତି ନିଶିକାନ୍ତ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମିଥ୍ୟା ଆରୋପରେ ଗିରଫ କରାଯାଇଛି । ଏଥି ସହିତ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ମଧ୍ୟ ଗିରଫ ହୋଇଛନ୍ତି । ଅନ୍ୟ ବିରୋଧୀ ନେତା ମାନଙ୍କୁ  କିମ୍ବା ସମ୍ପର୍କୀୟ ମାନଙ୍କୁ ମଧ୍ୟ ଇଡି ଲଗାଇ ଗିରଫ କିମ୍ବା ଭୟଭୀତ କରାଯାଉଅଛି । ଆଶ୍ଚର୍ଯ୍ୟଜନକ ଭାବରେ ଯେଉଁ ଦୁର୍ନୀତି ଆରୋପୀ ମାନେ ବିଜେପିରେ ଯୋଗ ଦେଉଛନ୍ତି ସେମାନେ ଆରୋପ ମୁକ୍ତ ହୋଇ ପୁରସ୍କୃତ ହୋଇ ନିର୍ବାଚନ ଲଢ଼ୁଛନ୍ତି । ଦେଶକୁ ବିରୋଧୀ ଶୂନ୍ୟ କରିବାରେ ମୋଦି ସରକାର ଲାଗିଛନ୍ତି । ତେଣୁ ଏହି ସମୟ ରେ ଅବାଧ ନିର୍ବାଚନ ହେବା ଏବଂ ଗଣତନ୍ତ୍ର ସୁରକ୍ଷିତ ରହିବା ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି କହିଛନ୍ତି ନିଶିକାନ୍ତ ।