Img 20240410 Wa0141

ମା’ ଶୀତଳା ଚଣ୍ଡୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ

Religion and Cult

ବାରିପଦା: ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୨୬ ନଂ ୱାର୍ଡ ସ୍ଥିତ ଭୁଗୁଡ଼ାକଟାରେ ମା ‘ ଶୀତଳା ଚଣ୍ଡୀ ମନ୍ଦିରରେ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ହଜାର ହଜାର ଭକ୍ତଙ୍କ ସମାବେଶରେ ୬ ଓ ୭ ତାରିଖ ଦୁଇଦିନ ଧରି ମା’ ଙ୍କ ପୂଜାଵିଧି ପାରମ୍ପାରିକ ରୀତିରେ ହୋଇଥିବା ବେଳେ ୮ଓ ୯ ତାରିଖ ଦୁଇଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମା’ ଶୀତଳା ଚଣ୍ଡୀ ଯୁବକ ସଙ୍ଘ, ଭୁଗୁଡ଼ାକଟାର ସମ୍ପାଦକ ଧରମଜୀତ ସିଂହ, ସଭାପତି ରବୀନ୍ଦ୍ର ମାହାନା, ତଥା କର୍ମକର୍ତ୍ତା ମାନସିଂ ଟୁଡୁ, ଦେବ ନାରାୟଣ ଧଡ଼ା, ତପନ କୁମାର ମହାପାତ୍ର, ଭବାନୀ ଧଡ଼ା, କମଳ ଧଳ, ଗିବସ, ରାଜା ବାବୁ, ରାଜୁ, କାଳିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I ସଂଘର ଅଧ୍ୟକ୍ଷ ଚନ୍ଦନ ହେମ୍ବ୍ରମଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ୪ ଦିନିଆ ଉତ୍ସବରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି, ବିଧାୟକ ପ୍ରକାଶ ସୋରେନ, ୨୧ ନଂ କାଉନସିଲର ଲକ୍ଷ୍ମୀଧର ହାବଡା, ୨ ନଂ କାଉନସିଲର ଅନୁରାଧା ମହାନ୍ତି, ୧୮ ନଂ କାଉନସିଲର ସବିତା ପାଲ ଓ ୨୬ ନଂ କାଉନସିଲର ଭାଗ୍ୟଲକ୍ଷ୍ମୀ ନାଏକ, ପୂର୍ବତନ କାଉନସିଲର ଦର୍ପ ନାରାୟଣ ପାଲ ପ୍ରମୁଖ ଯୋଗ ଦେଇଥିଲେ I ଏହି ଅବସରରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ସମୀକ୍ଷା ପାଢ଼ୀ ପ୍ରଥମ, ଅରିକା ମହାପାତ୍ର ଦ୍ଵିତୀୟ ଓ ନିତ୍ୟାଶା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗ୍ରୁପ ଡ୍ୟାନ୍ସରେ ଭୂମି ଗ୍ରୁପ ପ୍ରଥମ ଏବଂ ଲିଟିଲ ଷ୍ଟାର ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ I ଯୁଗ୍ମ ନୃତ୍ୟରେ ହରିହର ଓ ପ୍ରିୟାଂଶି ଯୋଡି ପ୍ରଥମ ଏବଂ ଜେରୀନା ଓ ଈଶ୍ୱରୀ ଯୋଡି ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ I ସଂଜୀବ କୁମର ରଣଜିତ, ସାନିଜ କୁଁଅର ଓ ଆରୋହୀ ଅର୍ପିତା ଦେ ବିଚାରକ ଭାବେ ଯୋଗ ଦେଇଥିଲେ I ଆଲୋକ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ଫରେନ ଧଡ଼ା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I