Screen Shot 2024 04 09 At 3.46.52 Pm 750x430 1

ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ

State

କଟକ: ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ଚଣ୍ଡୀମନ୍ଦିରରେ ଦୀପଦାନ କରିିଛନ୍ତି। ଆଜି ନବରାତ୍ରର ପ୍ରଥମ ଦିନ ଅବସରରେ ମହାମହିମ ଶ୍ରୀ ଦାସ କଟକ ଚଣ୍ଡୀଙ୍କ ଦର୍ଶନ କରିବାର ସହିତ ଆଶୀର୍ବାଦ ନେଇଛନ୍ତି।

କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ଫେରିବା ବାଟରେ କଟକ ସିଡିଏ ସେକ୍ଟର-୭ର ଚନ୍ଦନା ଚୌଧୁରୀ ରାଜ୍ୟପାଳଙ୍କୁ ଭେଟିଥିଲେ। ଚନ୍ଦନାଙ୍କ ନାବାଳକ ପୁଅର ଜେନେଟିକ୍ ଚିକିତ୍ସା ପାଇଁ ଅର୍ଥାଭାବ କଥା ରାଜ୍ୟପାଳଙ୍କୁ ଜଣାଇଥିଲେ। ରାଜ୍ୟପାଳ ତୁରନ୍ତ ତାଙ୍କୁ ଆର୍ଥିକ ସହଯୋଗ କରିଥିଲେ । ସେହିଭଳି ବାସ୍କେଟ୍ ବଲ୍ ଖେଳାଳି ପାୟଲ ପରିଡାଙ୍କୁ ପାଖକୁ ଡାକି ଅର୍ଥରାଶି ସହଯୋଗ କରିଥିଲେ।