Jual Oram

ରାଉରକେଲାରୁ ବିଜେପି ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ: ଜୁଏଲ ଓରାମ

Politics State

ରାଉରକେଲା: ନିର୍ବାଚନ ଲଢ଼ିବା ପାଇଁ କୋର୍ଟରୁ ଅନୁମତି ପାଇବା ପରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବ୍ୟବସାୟୀ ଦିଲ୍ଲୀପ ରାୟ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତଥା ବିଜେପିର ସୁନ୍ଦରଗଡ ଲୋକସଭା ସାଂସଦ ପ୍ରାର୍ଥୀ ତଳସରା ନିର୍ବାଚନ ମଣ୍ଡଳୀ ସବଡେଗାଠାରେ ଏକ କର୍ମୀ ସମ୍ମିଳନୀରେ ପ୍ରଚାର ବେଳେ ଜୁଏଲ ଓରାମ କହିଛନ୍ତି, ଦିଲ୍ଲୀପଙ୍କ ମାମଲାର ସମାଧାନ ହୋଇଯାଇଛି। ରାଉରକେଲାରୁ ବିଜେପି ପ୍ରାର୍ଥୀ ହେବେ ଦିଲୀପ ରାୟ। କୌଣସି ମୁହୂର୍ତ୍ତରେ ପ୍ରାର୍ଥୀତ୍ବ ନେଇ ହେବ ଘୋଷଣା।

ସୁନ୍ଦରଗଡ଼ ଜିଲ୍ଲାର ୬ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ରାଉରକେଲା ଏଥିରୁ ବାଦ୍ ପଡ଼ିଛି। ଦିଲ୍ଲୀପ ରାୟ ରାଉରକେଲା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେଣୁ ସେ ନିର୍ବାଚନ ଲଢିବା ଉପରେ ରୋକ୍ ଲାଗିଥିଲା। ଏବେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଛନ୍ତି ଏବଂ ନିର୍ବାଚନରେ ଭାଗ ନେବାକୁ ଅନୁମତି ଦେଇଛନ୍ତି। ଲୋକଙ୍କ ସେବା କରିବା ଏବଂ ନିଜର ରାଜନୈତିକ କ୍ୟାରିୟରକୁ ପୁନରୁଦ୍ଧାର କରିବା ପାଇଁ ଏହି ରାୟ ଦିଲ୍ଲୀପ ରାୟଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ବୋଲି କହିଛନ୍ତି।

୩ ଥର ବିଧାୟକ ଓ ୨ ଥର ରାଜ୍ୟସଭା ସଦସ୍ୟ ଭାବେ ଦିଲ୍ଲୀପ ରାୟ ସଂସଦୀୟ ଆସନରେ ପ୍ରଭାବ ରଖିଛନ୍ତି। ତାଙ୍କର ବ୍ୟବସାୟିକ ଦକ୍ଷତା ଏବଂ ଅଭିଜ୍ଞତା ମଧ୍ୟ ରହିଛି। ଯଦି ସେ ପ୍ରକୃତରେ ନିର୍ବାଚନ ଦୌଡ଼ରେ ପ୍ରବେଶ କରନ୍ତି ତେବେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ହକି ତାରକା ଦିଲୀପ ତିର୍କୀଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହୋଇପାରେ।