1712316467816 750x430

କଟକ ଏବଂ ଜଗତସିଂହପୁର ପାଇଁ ନିଯୁକ୍ତି ହେଲେ ନୂଆ ଜିଲ୍ଲାପାଳ

State

ଭୁବନେଶ୍ଵର: କଟକ ଏବଂ ଜଗତସିଂହପୁର ପାଇଁ ନିଯୁକ୍ତି ହେଲେ ନୂଆ ଜିଲ୍ଲାପାଳ । ଆଏଏସ ଅରିନ୍ଦମ ଡାକୁଆଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଥିବା ବେଳେ ଆଏଏସ ଅନୁପମ ଶାହାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ କଟକ, ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ପୂର୍ବରୁ ଆଇଏଏସ ଅରିନ୍ଦମ ଡାକୁଆ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ସହିତ ଓଡ଼ିଶା ଜୀବିକା ମିଶନର ମିଶନ ଡାଇରେକ୍ଟର ଥିଲେ । ସେହିପରି ଆଇଏଏସ ଅନୁପମ ଶାହା ଓଡ଼ିଶା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସହ ମୋ ସ୍କୁଲର ସଦସ୍ୟ ସଚିବ ଓ ଓଡ଼ିଶା ଶ୍ରମ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ।