Mon

ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ହେଲେ ମୋନିଦୀପା

Politics State

ଭୁବନେଶ୍ଵର: ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲଙ୍କୁ ମିଳିଲା ନୂତନ ଦାୟିତ୍ଵ । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହେଲେ ମୋନିଦୀପା । ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ମୋନିଦୀପାଙ୍କୁ ଦାୟିତ୍ଵ ଦେଲା ବିଜେଡି ।

ସୂଚନାଅନୁସାରେ, ଗତ ମାର୍ଚ୍ଚ ୧୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ କଂଗ୍ରେସର ପୂର୍ବତନ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ । ଦୀର୍ଘଦିନର ନୀରବତା ପରେ ରାଜନୈତିକ ମୈଦାନକୁ ଗୋଡ଼ କାଢିଛନ୍ତି ମୋନିଦୀପା । ତେବେ ବିଜେଡିରେ ଯୋଗ ଦେବା ପରେ ସେ ପାରାଦ୍ୱୀପରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଗତକାଲି କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ । ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ବିପକ୍ଷରେ ୨୦,୯୯୨ ଭୋଟ୍‌ ବ୍ୟବଧାନରେ ହାରିଥିଲେ ବାପି ସର୍ଖେଲ୍‌ । ୨୦୧୯ ବିଧାନସଭା ନିର୍ବାଚନରେ ପାରାଦୀପ ଆସନରେ ସମ୍ବିତ ରାଉତରାୟଙ୍କୁ ୬୯୮୭୧ ଭୋଟ ମିଳିଥିଲା । ଅନ୍ୟ ପଟେ ଅରିନ୍ଦମ ସର୍ଖେଲ୍‌ଙ୍କୁ ୪୮୮୭୯ ଭୋଟ ମିଳିଥିଲା ।