Anugul 1

ଗ୍ୟାସ୍‌ ଟାଙ୍କି ଫାଟି ୫ ଗୁରୁତର

State

ଅନୁଗୁଳ : ମାଛ ହେଲା କାଳ । ମାଛ ରୋଷେଇ କରୁଥିବା ବେଳେ ଗ୍ୟାସ ତାଙ୍କି ଫାଟି ୫ ଗୁରୁତର । ଏଭଳି ଦୁଃଖଦ ଘଟଣା ଅନୁଗୁଳ ତଳମୂଳ ପାଟଣାରେ ଦେଖିବାକୁ ମିଳିଛି । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ଜଣ ଗୁରୁତର ହୋଇଛନ୍ତି ।

ମାଛ ଭାଜିବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର। ଅନୁଗୋଳ ଜିଲ୍ଲା ତଳମୂଳ ଗାଁ ପାଟଣାସାହିରେ ଅଘଟଣ। ଘରେ ମାଛ ଭଜା ଯାଇଥିବା ବେଳେ ହଠାତ କୌଣସି କାରଣରୁ ଗ୍ୟାସ ଟାଙ୍କିରେ ବିସ୍ଫୋରଣ ହୋଇଥିଲା । ଏଥିରେ ପରିବାରର ସୁମିତ୍ରା ସାହୁ, ସର୍ବେଶ୍ବର ସାହୁ, ରଞ୍ଜିତ ସାହୁ, ବାବୁଲା ସାହୁ ଓ ତପସ୍ବିନୀ ସାହୁ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।