ଭୁବନେଶ୍ଵର: ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ । ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂଜା ଅର୍ଚ୍ଚନା ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ଗୋମାତାଙ୍କ ପ୍ରବେଶ ପରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଗାନ୍ଧି ମାର୍ଗ କ୍ବାର୍ଟରରେ ରହୁଥିବା ବେଳେ ଏବେ ନୂତନ ବାସଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁସାରେ, ଭୁବନେଶ୍ବର ଏଜି ଅଫିସରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଛନ୍ତି । ପୁରୀରୁ ୧୧ ଜଣ ବ୍ରାହ୍ମଣ ଆସି ଏହି ପୂଜା କରିଥିଲେ । ପ୍ରଥମେ ୨ଟି ଗାଈ ନନ୍ଦା ଏବଂ ନନ୍ଦିନୀଙ୍କୁ ପୂଜା କରି ସେମାନଙ୍କୁ ଗୃହରେ ପ୍ରବେଶ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ସପରିବାର ସହିତ ଘରେ ପ୍ରବେଶ କରିଛନ୍ତି ।
୨ ମହଲା ବିଶିଷ୍ଟ ମୁଖ୍ୟମନ୍ତ୍ରୀଙ୍କ କ୍ୱାଟର୍ସରେ ଏକାଧିକ ସମ୍ମିଳନୀ କକ୍ଷ ସାଙ୍ଗକୁ ୱାଚ ଟାୱାର ରହିଛି । ଘର ଆଗରେ ବଡ଼ ବଗିଚା ରହିଛି । ଦୀର୍ଘ ୨୬ ବର୍ଷ ହେବ କ୍ୱାଟର୍ସରେ ଅବ୍ୟବହୃତ ହୋଇ ପଡ଼ି ରହିଥିଲା । କିନ୍ତୁ ରାଜ୍ୟରେ ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ପ୍ରଶାସନକୁ କହିଥିଲେ ଯେ ସେ ଏହି ସରକାରୀ ବାସଭବନରେ ରହିବେ । ତେଣୁ ଗତ ୮ ମାସ ଧରି ମୁଖ୍ୟମନ୍ତ୍ରୀ କ୍ୱାଟର୍ସର ମରାମତି ଚାଲିଥିଲା । ଏହି କୋଠା ଘରେ ପୂର୍ୱତନ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧରି ଗୋମାଙ୍ଗୋ , ଜାନକୀ ବଲ୍ଲ ପଟ୍ଟନାୟକ ରହୁଥିଲେ । ହେଲେ ନବୀନ ପଟ୍ଟନାୟକ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ରହୁନଥିଲେ ।