Congress Bhawan

ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Politics State

ଭୁବନେଶ୍ବର: ଚର୍ଚ୍ଚାର ଘଟିଲା ଅନ୍ତ । ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୪୯ ବିଧାନସଭା ଓ ୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ନୂଆପଡ଼ାରୁ ଲଢ଼ିବେ ପିସିସି ସଭାପତି ଶରତ ପଟ୍ଟନାୟକ ।

ସେହିପରି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଥିବା ବେଳେ ଭବାନୀପାଟଣାରୁ ପ୍ରାର୍ଥୀ ହୋଇଛନ୍ତି ସାଗର ଚରଣ ଦାସ । ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି ବିଜୟ ପଟ୍ଟନାୟକ । ଜୟପୁର ଆସନରୁ ତାରା ବାହିନୀପତିଙ୍କୁ ଦଳ ପ୍ରାର୍ଥୀ କରିଛି ।

ଲାଞ୍ଜିଗଡରୁ ବଳଭଦ୍ର ମାଝୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଣ୍ଟାବାଞ୍ଝିରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଦଳ ପୁଣିଥରେ ମୈଦାନକୁ ଓହ୍ଲାଇଛି । ସେହିଭଳି ସାନଖେମୁଣ୍ଡିରୁ ରମେଶ ଜେନା ପୁଣିଥରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ବୀରମିତ୍ରପୁରକୁ ଜେଏମଏମକୁ ଛାଡିଥିବା ବେଳେ ବଣାଇ ଆସନକୁ ସିପିଆଇ-ଏମକୁ ଛାଡିଛି କଂଗ୍ରେସ ।

ସେହିପରି ରାଉରକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁରରୁ ରାଜନ ଏକ୍କା, ଲୋଇସିଂହାରୁ ଓମ ପ୍ରକାଶ କୁମ୍ଭାର, ପାଟଣାଗଡ଼ରୁ ଅନୀଲ ମେହେର, ଉମରକୋଟରୁ ସନରାଜ ଗଣ୍ଡ, ଝରିଗାଁରୁ ହାରାବତୀ ଗଣ୍ଡ, ନବରଙ୍ଗପୁରରୁ ଦିଲୀପ ପ୍ରଧାନୀ, ଡାବୁଗାଁରୁ ଲିପିକା ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ ।

ଜୁନାଗଡ଼ରୁ ତୁଳେଶ୍ବର ନାଏକ, ଧର୍ମଗଡ଼ରୁ ରଶ୍ମୀରେଖା ରାଉତ, ଭବାନୀପାଟଣାରୁ ସାଗର ଦାସ, ବାଲିଗୁଡ଼ାରୁ ସୁରଦ ପ୍ରଧାନ, ଜି.ଉଦୟଗିରିରୁ ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀରୁ ପ୍ରତିଭା କହଁର, କଣ୍ଟାମାଳରୁ ମନୋଜ ଆଚାର୍ଯ୍ୟ, ବୌଦ୍ଧରୁ ନବ ମିଶ୍ର, ଭଂଜନଗରରୁ ପ୍ରଶାନ୍ତ ବିଷୋୟୀ, ପୋଲସରାରୁ ଅଗସ୍ତୀ ବରଦା, କବିସୂର୍ଯ୍ୟନଗରରୁ ଚିରଂଜୀବ ବିଷୋୟୀ, ସୋରଡ଼ାରୁ ହରିକ୍ରିଷ୍ଣା ରଥ, ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ ଦାସ, ଭଟଲୀରୁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗରରୁ କିଶୋର ପଟେଲ, ଓ ତଳସରାରୁ ପ୍ରବୋଧ ତିର୍କିଙ୍କୁ ଭରସିଛି ଦଳ ।

ସୁନ୍ଦରଗଡ଼ରୁ ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀରୁ ଗୋପାଳ ଦାସ, ଚିକିଟିରୁ ରବୀନ୍ଦ୍ର ଦ୍ୟାନସାମନ୍ତରାୟ, ମୋହନାରୁ ଦାଶରଥୀ ଗମାଙ୍ଗ, ଗୁଣପୁରରୁ ସତ୍ୟଜିତ ଗମାଙ୍ଗ, ବିଷମକଟକରୁ ନୀଳମାଧବ ହିକକା, ରାୟଗଡ଼ାରୁ ଆପଲସ୍ବାମୀ କାଡ୍ରାକା, ଲକ୍ଷ୍ମୀପୁରରୁ ପବିତ୍ର ସାଉଁନ୍ତା, କୋଟପାଡ଼ରୁ ଅନାମ ଦିଆନ, କୋରାପୁଟରୁ କୃଷ୍ଣଚନ୍ଦ୍ର କୁଳଦୀପ, ପଟାଙ୍ଗୀରୁ ରାମଚନ୍ଦ୍ର କାଡ଼ାମ, ମାଲକାନଗିରିରୁ ମାଲା ମାଢ଼ୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ, ଚିତ୍ରକୋଣ୍ଡାରୁ ପ୍ରାର୍ଥୀ ହୋଇଛନ୍ତି ମଙ୍ଗୁ ଖିଲ ।