Azam Khan

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

National & International

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ ପର୍ଯ୍ୟାୟରେ ୮ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ୧୯ ଏପ୍ରିଲରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଜେଲରେ ଥିବା ଆଜାମ ଖାଁଙ୍କ ସମେତ ଅନେକ ନେତାଙ୍କ ନାମ ଏସପି ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏବେ ଦେଖିବାକୁ ବାକି ରହିଲା ଆଜାମ ଖାଁଙ୍କୁ ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳିବ କି ନାହିଁ।

ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏସପି ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ ୪୦ ଜଣ ନେତାଙ୍କ ନାମ ଅଛି। ଯେଉଁଥିରେ ଜେଲରେ ଥିବା ଏସପି ଜାତୀୟ ସାଧାରଣ ସମ୍ପାଦକ ଆଜାମ ଖାଁଙ୍କ ନାମ ଉଲ୍ଲେଖ କରାଯାଇଛି। ଏହା ସହିତ ଏସପି ମୁଖ୍ୟ ଅଖିଳେଶ ଯାଦବ, ଏସପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିରଣମୟ ନନ୍ଦା, ଏସପି ଏମପି ରାମ ଗୋପାଳ ଯାଦବ, ଏମପି ଜୟା ବଚ୍ଚନ, ଡିମପଲ ଯାଦବ, ଜାଭେଦ ଅଲି ଖାଁ, ଏସପି ୟୁପି ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲ, ଏମପି ରାମଜିଲାଲ ସୁମନ, ଏସପି ରାଷ୍ଟ୍ରୀୟ ମହାସଚିବ ଶିବପାଲ ସିଂ ଯାଦବ, ଏସପି ରାଷ୍ଟ୍ରୀୟ ସଚିବ ରାମଗୋବିନ୍ଦ ଚୌଧୁରୀ, ଏସପି ଜାତୀୟ ସାଧାରଣ ସମ୍ପାଦକ ଇନ୍ଦରଜିତ ଚୌଧରୀ, ଏସପି ଜାତୀୟ ସଚିବ ରମେଶ ପ୍ରଜାପତିଙ୍କ ନାମ ରହିଛି।