Img 20240327 Wa0136

ସି ପି ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

sports

ବାରିପଦା: ସ୍ଥାନୀୟ କଲେଜ ପଡିଆରେ ୮ମ ବାର୍ଷିକ ସି ପି ଏଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଫାଇନାଲ ମ୍ୟାଚରେ ପ୍ଲେ ବେକ ଚେଲେଞ୍ଜର୍ସ ଜଗନ୍ନାଥ ୱାରିୟାର୍ସକୁ ୭ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି I ପ୍ରଥମେ ବେଟିଂ କରି ଜଗନ୍ନାଥ ୱାରିୟାର୍ସ ୧୦ ଓଭରରେ ୮ ଉଇକେଟ ହରାଇ ମାତ୍ର ୫୯ ରନ କରିପାରିଥିଲେ I ଉତ୍ତରରେ ପ୍ଲେ ବେକ ଚେଲେଞ୍ଜର୍ସ ୮ ଓଭରରେ ୩ ଉଇକେଟ ହରାଇ ୬୨ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I କେ ଇନ୍ଦ୍ରଜିତ ପ୍ରସାଦ ଓ ସାଇବା ସିଂ ଖେଳ ପରିଚାଳନା କରିଥିବାବେଳେ ମାନସ ପାଣ୍ଡଵ ସ୍କୋରିଂ ରେ ସହାୟତା ପ୍ରଦାନ କରିଥିଲେ I ପଙ୍କଜ ମହାକୁଡ଼ ଓ ବୁବୁନ ବାରିକ ଧାରାବିବାରଣୀ ପ୍ରଦାନ କରିଥିଲେ I ଚମ୍ପିୟାନ ଦଳକୁ ୭୦ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I ମ୍ୟାନ ଅଫ ଦି ମ୍ୟାଚ ଭାବେ ଯଶୋବନ୍ତ ମାଝୀ, ମ୍ୟାନ ଅଫ ଦି ସିରିଜ ଓ ଶ୍ରେଷ୍ଠ ବୋଲର ଭାବେ ଆଦିତ୍ୟ ବସା, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ସୁଧାକର ନାୟକ ତଥା ଶ୍ରେଷ୍ଠ ସଂଗଠକ ଭାବେ ସୌରଜିତ ସାହୁ ପୁରସ୍କୃତ ହୋଇଥିଲେ I ଟୁର୍ଣ୍ଣାମେଣ୍ଟର ସଭାପତି ଗିରିଶ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ନଗରପାଳ କୃଷ୍ଣIନନ୍ଦ ମହାନ୍ତି କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଦେବାଶିଷ ଦାସ, ଅରୁଣ ବରାଡ଼, ଉପ ସଭାପତି ସଂଜୀବ ଦ୍ବିବେଦୀ, ଅମର ସେଠି ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ I ଆୟୋଜକ ଜୀତ ପଟ୍ଟନାୟକ, ସତ୍ୟନାରାୟଣ ଜୀଉ, ସନ୍ଦୀପ୍ତ ମଲ୍ଲିକ ଓ ପ୍ରଣବ ସେଠୀ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ I