Onn 3

ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା

sports State

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆଥଲେଟ୍ କିଶୋର ଜେନାଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରଷ୍କାର ରାଶି ଘୋଷଣା କରିଛନ୍ତି । ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଥିଲେ କିଶୋର ଜେନା ।

ଖବର ଅନୁଯାୟୀ, ପ୍ରଥମ ଓଡ଼ିଆ ଜାଭଲିନ ଖେଳାଳି ଭାବେ କିଶୋର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପଦାର୍ପଣରେ ଚମକି ଥିଲେ ଓଡ଼ିଶାର ଏହି ତାରକା ଖେଳାଳି । ଗୋଲଡେନ ବୟ ନୀରଜ ଚୋପ୍ରା ଏବଂ ଡିପି ମନୁଙ୍କ ସହ କିଶୋର ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୭୭ ମିଟର ଥ୍ରୋ କରିଥିଲେ ମଧ୍ୟ କିଶୋର ମେଡାଲ ତାଲିକାରୁ ବାଦ ପଡ଼ି ୫ମ ସ୍ଥାନରେ ରହିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବୁଦାପେଷ୍ଟରେ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପରେ କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଓ ଅସାଧାରଣ ପ୍ରଦର୍ଶନ ଆମ ରାଜ୍ୟ ଓ ଦେଶ ପାଇଁ କେବଳ ଗୌରବ ଆଣି ଦେଇ ନାହିଁ, ଆଗାମୀ ବର୍ଷଗୁଡ଼ିକରେ ଏହା ଅନେକ ଆଥ୍‌ଲେଟ୍‌ସଙ୍କୁ ପ୍ରେରଣା ଯୋଗାଇବ ।